26.1 C
Bhubaneswar
Wednesday, February 11, 2026
Homeଓଡିଶାନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିଲେ ଯୁବତୀ

ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିଲେ ଯୁବତୀ

ଗଞ୍ଜାମ : ଯୁବତୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଘଟଣାରେ ବାପା ଓ ସାବତ ମାଆ ଗିରଫ । ଯୁବତୀଙ୍କ ବାପା ଓ ସାବତ ମାଆଙ୍କୁ ଗିରଫ କଲା ସଦର ଥାନା ପୋଲିସ । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡିରେ ଗତ ୭ତାରିଖରେ ଜଣେ ଯୁବତୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିଲେ । ଆଜି ଯୁବତୀଙ୍କ ବାପା ଅଶୋକ ପ୍ରଧାନ ଓ ସାବତ ମାଆକୁ ଗିରଫ କରିଛି । ଦୀର୍ଘ ଦିନ ଧରି ବାପା ଓ ସାବତ ମା ଝିଅ କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାରୁ ଝିଅ ଶେଷରେ ଏପରି ଚରମ ପଦକ୍ଷେପ ନେଇଥିଲା ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି । କଲେଜରେ ପାଠ ପଢ଼ୁଥିବା ଯୁବତୀ ଆତ୍ମହତ୍ୟା ପୂର୍ବରୁ ନିଜ ମୋବାଇଲ ଫୋନରେ କାହିଁକି ଚାହୁଁଛି ଆତ୍ମହତ୍ୟା କରିବା ପାଇଁ ଏବଂ ଏଥିପାଇଁ କିଏ ଦାୟୀ ତାର ଭିଡ଼ିଓ ବୟାନ କରି ରଖିଥିଲା। ତାକୁ ଆଧାର କରି ସଦର ଥାନା ପୋଲିସ ଉଭୟ ବାପା ଓ ସାବତ ମା କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ସେମାନେ ନିର୍ଦ୍ଦୋଷ ଓ ଘଟଣା ସମ୍ପର୍କ ରେ ଜାଣି ନାହାନ୍ତି ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking