28.1 C
Bhubaneswar
Monday, February 9, 2026
Homeଓଡିଶାଦାଦନ ଖଟିବାକୁ ଯାଇ ପୁଣି ଗଲା ଜଣେ ଯୁବକଙ୍କ ଜୀବନ

ଦାଦନ ଖଟିବାକୁ ଯାଇ ପୁଣି ଗଲା ଜଣେ ଯୁବକଙ୍କ ଜୀବନ

ଝାରସୁଗୁଡ଼ା: ଦାଦନ ଖଟିବାକୁ ଯାଇ ପୁଣି ଗଲା ଜଣେ ଯୁବକଙ୍କ ଜୀବନ। ରୋଜଗାର ପାଇଁ ଯାଇଥିଲେ ଆଉ ଶବ ହୋଇ ଫେରିଲେ। ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରୁ ଆସିଛି ଏଭଳି ଦୁଃଖଦ ଖବର। କାମ ଅଭାବ ଯୋଗୁଁ ସୁରଟକୁ କାମ କରିବାକୁ ଯାଇଥିଲେ ମାଳିଡ଼ିହିର ୨୦ ବର୍ଷିୟ କରଣ ନେଗି। ଗତ ସୋମବାର ଦିନ ଗୁଜରାଟର ସୁରଟ ଠାରେ କାମ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଗାଁକୁ ନେଇ ସାଥି ଶ୍ରମିକ ମାନେ ଆସୁଛନ୍ତି । ଦାଦନ ଖଟିବାକୁ ଯାଇ ମୃତ୍ୟୁ ହେବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ୪ ମାସ ତଳେ ସୁରଟ ଯାଇଥିଲେ କରଣ।

ଜଣେ ଠିକାଦାରଙ୍କ ଅଧିନରେ ଚିଙ୍ଗୁଡ଼ି ଚାଷ କାର୍ଯ୍ୟରେ ସେ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ॥ ଗତ ସୋମବାର ଦିନ କାମ କରୁଥିବା ବେଳେ ଏକ ଫ୍ୟାନରୁ ତାଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା । ତାଙ୍କୁ ସହକର୍ମୀ ମାନେ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଝାରସୁଗୁଡ଼ା DLO ଅଫିସରେ ମୃତଦେହ ପହଂଚିଛି । ପରେ ତାଙ୍କ ଘରକୁ ନିଆଯିବ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking