କୋରାପୁଟ: ଟ୍ରେନ୍ ଧକ୍କାରେ କଟିଲା ଯୁବକଙ୍କ ଗୋଡ଼ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଉଛନ୍ତି ଜାମଖେଜୁ ଗାଁର ଚନ୍ଦ୍ର ମାଝୀ । କଳାହାଣ୍ଡି ଜିଲ୍ଲା ଜାମଖେଜୁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜାମଖେଜୁ ଗାଁର ଚନ୍ଦ୍ର ମାଝୀ ଗୁରୁବାର ଶୌଚ ହେବା ପାଇଁ ଯାଇଥିଲେ । ସେହି ସମୟରେ ହଠାତ ମାଲବାହୀ ଟ୍ରେନ୍ ଆସିଯାଇଥିଲା । ଟ୍ରେନ୍ ଧକ୍କାରେ ତାଙ୍କ ବାମ ଗୋଟ ସମ୍ପୂର୍ଣ୍ଣ କଟି ଯାଇଥିଲା l ତାଙ୍କୁ ପ୍ରଥମେ ବିଶ୍ୱନାଥପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l