26.1 C
Bhubaneswar
Sunday, January 18, 2026
Homeଓଡିଶାଘରେ ପଶି ଖଣ୍ଡାରେ ହାଣିଲା ଯୁବକ

ଘରେ ପଶି ଖଣ୍ଡାରେ ହାଣିଲା ଯୁବକ

ଦିଗପହଣ୍ଡି: ଦିଗପହଣ୍ଡିରେ ଘରେ ପଶି ମାଆ ଓ ଦୁଇ ଝିଅଙ୍କୁ ହତ୍ୟା ଉଦ୍ୟମ । ଘରେ ପଶି ମାଆ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଛି ଜଣେ ଯୁବକ । ଆହତଙ୍କ ପରିଚୟ ମିଳିପାରିନାହିଁ । ବି. ତୁରୁବୁଡି କାଣ୍ଡସ୍ୱର ଗାଁରେ ଏହି ଅଘଟଣ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀ ଗାଁର ଜଣେ ଯୁବକ ଖଣ୍ଡାରେ ହାଣିଥିବା ସୂଚନା ମିଳିଛି । ଯୁବକଙ୍କ ଖଣ୍ଡା ଆକ୍ରମଣରେ ମାଆ ଓ ଦୁଇ ଝିଅ ଗୁରୁତ ଆହତ ହୋଇଛନ୍ତି । ସ୍ଥାନୀୟଲୋକେ ୩ ଜଣଙ୍କୁ ଗୁରୁତର ଆବସ୍ଥାରେ ମେଡିକାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ସମୟରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking