19.1 C
Bhubaneswar
Sunday, February 22, 2026
Homeଅପରାଧଯୁବକଙ୍କୁ ଗୁଳିକରି ନିର୍ମମ ହତ୍ୟା

ଯୁବକଙ୍କୁ ଗୁଳିକରି ନିର୍ମମ ହତ୍ୟା

ନୂଆଦିଲ୍ଲୀ : ଯୁବକଙ୍କୁ ଗୁଳିକରି ହତ୍ୟା । ରାଜଧାନୀ ଦିଲ୍ଲୀର ଏକ ଜିମ୍ ବାହାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରାସ୍ତାକଡ଼ରେ ଛିଡ଼ା ହୋଇ କଥା ହେଉଥିବା ସମୟରେ ଜଣେ ବ୍ୟକ୍ତି ଆସି ଆଖିବୁଜା ଗୁଳିମାଡ଼ କରିଥିଲେ। ଗ୍ୟାଙ୍ଗ୍ ୱାର କାରଣରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ନାଦିର ଶାହ ନାମକ ଜଣେ ବ୍ୟକ୍ତିଙ୍କୁ ୧୧ ରାଉଣ୍ଡ ଗୁଳି କରିଥିଲେ। ଏଥିରୁ ୮ ଟି ଗୁଳି ତାଙ୍କ ଦେହରେ ବାଜିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ହତ୍ୟାକାଣ୍ଡ ପାଇଁ ଗ୍ୟଙ୍ଗଷ୍ଟର ରୋହିତ ଗୋଦରା ନିଜକୁ ଦାୟୀ କରିଛି। ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ନିଜକୁ ଦାୟୀ କରିଛି ରୋହିତ ଗୋଦରା। ସେ ଗୋଲ୍ଡି ବ୍ରାର ଏବଂ ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସହଯୋଗୀ। ଗୋଦରା ମଧ୍ୟ କାନାଡାରେ ପଞ୍ଜାବୀ ଗାୟକ ଏପି ଧିଲନଙ୍କ ଘରେ ହୋଇଥିବା ଗୁଳିମାଡ଼ ପାଇଁ ନିଜକୁ ଦାୟୀ କରିଥିଲା। ଦିଲ୍ଲୀରେ ଘଟିଥିବା ଗୁଳିକାଣ୍ଡ ସମୟର ସିସିଟିଭି ଫୁଟେଜ ସୋଶାଲ ମିଡିଆରେ ଭାଇରାଲ ହେଉଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ, ନାଦିର ଶାହ ଏକ ବ୍ଲାକ୍ ଏସୟୁଭି କାର୍ ନିକଟରେ ଛିଡ଼ା ହୋଇ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି। ଏହି ସମୟରେ ହଠାତ୍ ଜଣେ ଯୁବକ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରି ବାଇକରେ ଚାଲି ଯାଉଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking