26.1 C
Bhubaneswar
Thursday, March 26, 2026
Homeଓଡିଶାଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଯୁବକଙ୍କ ଉଦ୍ୟମ

ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଯୁବକଙ୍କ ଉଦ୍ୟମ

ପୁରୀ: ପୁଣି ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଅଭାବନୀୟ ଦୃଶ୍ୟ। ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଜଣେ ଯୁବକ କରିଛନ୍ତି ଉଦ୍ୟମ। ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଓ ଜେଟିପି କର୍ମଚାରୀ ଯୁବକଙ୍କୁ ଅଟକାଇବା ବେଳେ ଯୁକ୍ତିତର୍କ ହୋଇଥିଲା। ଆଜି ଭୋରରୁ କିଛି ଏଭଳି ଘଟଣା ହୋଇଥିଲା। ଶ୍ରୀମନ୍ଦିର ସିଂହଦ୍ୱାର ଖୋଲିବା ପୂର୍ବରୁ ଜଣେ ଯୁବକ ଶ୍ରୀମନ୍ଦିର  ଭିତରକୁ ଚପଲ ପିନ୍ଧି ପଶିବାକୁ ଉଦ୍ୟମ କରିଥିଲା। ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଓ ଜେଟିପି ସମ୍ପୃକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନାରେ ଜିମା ଦେଇଥିବା  ବେଳେ ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଯୁବକ ଜଣଙ୍କ ଢେଙ୍କାନାଳ ଗନ୍ଦିଆ ଗ୍ରାମର ଲାଲୁ ପ୍ରସାଦ ସାହୁ ବୋଲି ଜଣାପଡିଛି । ଯୁବକ ଜଣଙ୍କ କାହିଁକି ଏଭଳି  କାମ କଲେ ତାହା ଏଯାଏଁ ଅସ୍ପଷ୍ଟ ରହିଛି । ସିଂହଦ୍ୱାର ଥାନା ପୋଲିସ କହିଛି ତଦନ୍ତ ପରେ ଏହା ସ୍ପଷ୍ଟ ହେବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking