31.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶ୯ ମାସ ଲିଭ-ଇନ ରିଲେସନସିପ ପରେ ଏତିକି ଲକ୍ଷ ଲୁଟିନେଲେ ଯୁବକ

୯ ମାସ ଲିଭ-ଇନ ରିଲେସନସିପ ପରେ ଏତିକି ଲକ୍ଷ ଲୁଟିନେଲେ ଯୁବକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମାଟ୍ରିମୋନିଆଲ ସାଇଟ ଜରିଆରେ ଏକ ଆଶ୍ଚର୍ଯ୍ୟନକ ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଯୁବତୀଙ୍କ ସହ ଜଣେ ଯୁବକ ସାଙ୍ଗ ହେଲେ, ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଲେ, ଏହାପରେ ୬୪ ଲକ୍ଷ ଟଙ୍କା ଟଙ୍କା ଠକିନେଲେ। ଏହି ଯୁବକଙ୍କୁ ବର୍ତ୍ତମାନ ପୋଲିସ ଗିରଫ କରିଛି। ମାଟ୍ରିମୋନିଆ ସାଇଟରେ ଏକ ହାଇ ପ୍ରୋଫାଇଲ କରି ସେ ନିଜକୁ ଅବିବାହିତ କହି ଜଣେ ଛାଡ଼ପତ୍ର ନେଇଥିବା ଯୁବତୀଙ୍କ ସହ ସାଙ୍ଗ ହେଲେ। ଏହାପରେ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରେମ ଜାଲରେ ଫସାଇଲେ। ଏହାପରେ ଅଭିଯୁକ୍ତ ନେହୁଲ ସୁରାନା ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ଜାଲରେ ଫସାଇ, ଯୁବତୀଜଣଙ୍କ ସହ ଲିଭ-ଇନ ରିଲେସନସିପରେ ରହିଥିଲେ। ସେ ନିଜ ପରିବାରର ଆର୍ଥିକ ସମସ୍ୟାକୁ କହି ମହିଳାଙ୍କର ବିଭିନ୍ନ ଆକାଉଣ୍ଟରୁ ଟଙ୍କା ଆଣି ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ହାରାହାରି ୯ ମାସ ରହିବା ପରେ ଯୁବକଜଣକ ଯୁବତୀଙ୍କୁ ଛାଡ଼ି ପଳାୟନ କରିଥିଲେ। ଏହାପରେ ପୀଡ଼ିତା ଥାନା ସେକ୍ଟର-୫୮, ନୋଏଡ଼ାରେ ମାମଲା ରୁଜୁ କରିଥିଲେ। ପୋଲିସ ଯାଞ୍ଚ କରି ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking