31.1 C
Bhubaneswar
Tuesday, March 17, 2026
Homeଓଡିଶାଚଳନ୍ତା ଟ୍ରେନ୍ରୁ ପଡିଗଲେ ଯୁବକ

ଚଳନ୍ତା ଟ୍ରେନ୍ରୁ ପଡିଗଲେ ଯୁବକ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଘଟିଛି ଅଭାବନୀୟ ଘଟଣା । ଚଳନ୍ତା ଟ୍ରେନରୁ ଜଣେ ଯୁବକ ଖସି ପଡିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକଜଣକ ଝାନସୀର ଦୀପକ ଝା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ନିଜାମୁଦ୍ଦିନ – ବିଶାଖାପାଟଣା ସମତା ଏକ୍ସପ୍ରେସ ଟ୍ରେନରେ ଯାଉଥିଲେ ଦୀପକ ଝା । ମାତ୍ର ବଙ୍ଗୋମୁଣ୍ଡା ଫାଟକ ପାଖରେ ଅସାବଧାନତାବଶତଃ ସେ ଟ୍ରେନରୁ ଖସି ପଡ଼ିଥିଲେ । ସ୍ଥାନୀୟ ରେଲୱେ ପୁଲିସ ଓ ଲୋକଙ୍କ ସହାୟତାରେ ଦୀପକଙ୍କୁ ଉଦ୍ଧାର କରି ରେଲୱେ ପୁଲିସ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଛି। ତାଙ୍କ ଦୁଇ ହାତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ରେ ଗଭୀର ଆଘାତ ଲାଗିଛି। କେଉଁ କାରଣରୁ ଏଭଳି ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking