21.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଗଙ୍ଗା ନଦୀରେ ବୁଡି ନିଖୋଜ ହେଲେ ଯୁବତୀ-ଯୁବକ

ଗଙ୍ଗା ନଦୀରେ ବୁଡି ନିଖୋଜ ହେଲେ ଯୁବତୀ-ଯୁବକ

ନୂଆଦିଲ୍ଲୀ : ଗଙ୍ଗା ନଦୀରେ ନିଖୋଜ ହେଲେ ପ୍ରେମୀ ଯୁଗଳ । ଦିଲ୍ଲୀର ଏକ ପ୍ରେମୀଯୁଗଳ ଋଷି‌କେଶରେ ପହଞ୍ଚିବା ପରେ ଗଙ୍ଗା ନଦୀରେ ନିଖୋଜ ହୋଇଯାଇଛନ୍ତି। ଖବର ମିଳିବା ପରେ ପ୍ରେମୀଯୁଗଳଙ୍କୁ ନଦୀ ଭିତରୁ ଉଦ୍ଧାର ପାଇଁ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏସଡିଆରଏଫ) ଯୁଦ୍ଧକାଳିନଭିତ୍ତିରେ ସର୍ଚ୍ଚ ଅରେସନ ଜାରି ରଖିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ନିଖୋଜ ହୋଇଥିବା ବ୍ୟକ୍ତି ଦିଲ୍ଲୀର ସୁଦର୍ଶନ ପାର୍କରେ ବସବାସ କରୁଥିବା ଲବପ୍ରୀତ ବୟସ ୨୬ବର୍ଷ ରହିଥିବା ବେଳେ ନିଖୋଜ ଯୁବତୀ ନେହା ଠାକୁର ବୟସ ୨୨ବର୍ଷ ରହିଛି। ସେ ଦିଲ୍ଲୀର କରୋଲ ବାଗରେ ବସବାସ କରୁଥିଲେ। ଗତ ସୋମବାର ଋଷି‌କେଶ ନିକଟସ୍ଥ ମୁନିର ରେତିରେ ଦିଲ୍ଲୀର ଏକ ପ୍ରେମୀଯୁଗଳ ଗଙ୍ଗାରେ ବୁଡ଼ି ନିଖୋଜ ହୋଇଯାଇଥିବା ଖବର ମିଳିଥିଲା। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି କିନ୍ତୁ ଏଯାବତ ପ୍ରେମୀଯୁଗଳଙ୍କ କୌଣସି ପ୍ରକାର ସୂଚନା ମିଳିପାରିନାହିଁ। ପ୍ରେମୀଯୁଗଳ ଦ୍ବିପହର ସମୟରେ ଗଙ୍ଗାସ୍ନାନ ପାଇଁ ନିମ ବିଚକୁ ଯାଇଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ବାରମ୍ବାର ମନା କରିବା ସତ୍ତ୍ବେ ସ୍ନାନ ପାଇଁ ଦୁହେଁ ବିଚର ବହୁତ ଦୂରକୁ ଚାଲି ଯାଇଥିଲେ। ଯେଉଁ କାରଣରୁ ସେମାନେ କୂଳକୁ ଆସି ନପାରି ବୁଡ଼ି ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking