24.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶମେସିନରେ ଚାଲିଗଲା ମହିଳାଙ୍କ ଜୀବନ   

ମେସିନରେ ଚାଲିଗଲା ମହିଳାଙ୍କ ଜୀବନ   

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଉଜୈନର  ମହାକଲେଶ୍ୱର  ମନ୍ଦିରରେ  ଏକ ଭୟଙ୍କର ଦୁର୍ଘଟଣା ଘଟିଛି ।  ଶନିବାର ମହିଳାଙ୍କ ସ୍କାର୍ପ  ମନ୍ଦିରର ଖାଦ୍ୟ କେନ୍ଦ୍ରରେ ଥିବା ଆଳୁ ପିଲିଂ  ମେସିନରେ   ଅଟକିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ୩୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ  ଏସଡିଏମ ଲକ୍ଷ୍‌ମୀ ନାରାୟଣ ଗର୍ଗ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।  କହିଛନ୍ତି ମହିଳା ଜଣଙ୍କ ରୋଷେଇ ଘରେ କାମ କରୁଥିଲେ । ସେତେବେଳେ ତାଙ୍କ ଓଢଣୀ ଆଳୁ ପିଲିଂ ମେସିନରେ  ଫସି ରହିଥିଲେ । ଏହା ଦେଖି ସ୍ଥାନୀୟ ଲୋକମାନେ ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ । ତାପରେ ତାଙ୍କୁ ସେଠାରୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ତାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ମହିଳାଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି ।  ମହିଳାଙ୍କ ପରିବାରକୁ  ଆର୍ଥିକ ସହାୟତା  ପ୍ରଦାନ କରାଯିବ ବୋଲି ଏସଡିଏମ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking