29.1 C
Bhubaneswar
Monday, February 2, 2026
Homeଅପରାଧକୁରାଢିରେ ହାଣି ମହିଳାଙ୍କୁ ବିଭତ୍ସ ହତ୍ୟା

କୁରାଢିରେ ହାଣି ମହିଳାଙ୍କୁ ବିଭତ୍ସ ହତ୍ୟା

ମୟୁରଭଞ୍ଜ : ମହିଳାଙ୍କୁ ହାଣି ଶରୀରରୁ ମୁଣ୍ଡରୁ ଅଲଗା କରିଦେଲେ ଯୁବକ । ପୂଜା ସାରି ଫେରିବା ବେଳେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଗୁରୁବାର ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ନିଶ୍ଚିନ୍ତପୁର ଗାଁରେ ଘଟିଛି। ମହିଳାଙ୍କୁ ତାଙ୍କ ପଡୋଶୀ ବୀଭତ୍ସ ଭାବେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁୁ ଜଣାପଡିଛି। କୁରାଢିରେ ହାଣି ମହିଳାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଛି। ଅଭିଯୁକ୍ତର ନାମ ବାବୁଲି ମହାକୁଡ ହୋଇଥିବାବେଳେ ମୃତ ମହିଳାଜଣକ ହେଲେ ଗୌରି ବେହେରା । ଆଜି ଗୌରି ବେହେରା ଘରକୁ ଫେରୁଥିବା ବେଳେ ଏହି ସୁଯୋଗରେ ବାବୁଲି ଏକ କୁରାଢିରେ ତାଙ୍କୁ ହାଣି ଦେଇଥିଲେ। ଫଳରେ ଶରୀରରୁ ତାଙ୍କ ମୁଣ୍ଡ ଅଲଗା ହୋଇ ଯାଇଥିଲା। ଘଟଣାସ୍ଥଳରେ ହିଁ ଗୌରିଙ୍କ ଜୀବନ ଚାଲି ଯାଇଥିଲା । ବଡ଼ସାହି ପୁଲିସକୁ ଖବର ଦେବାରୁ ଆଇଆଇସି ଉମାଶଙ୍କର ନାୟକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରି କୁରାଢିକୁ ଜବତ କରିଛନ୍ତି । ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ପରବର୍ତ୍ତୀ ତଦନ୍ତ କରାଯିବ ବୋଲି ପୋଲିସ କହିଛି। ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking