ଭୁବନେଶ୍ବର: ଭୁବନେଶ୍ବର ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ବାହାରେ ବିରୋଧ ପ୍ରଦର୍ଶନ। ଆଶ୍ରମ ବାହାରେ ବିରୋଧ ପ୍ରଦର୍ଶନ ସହ ମାଟି ବୋଳି ମହିଳା ସମାଜସେବୀଙ୍କ ପ୍ରତିବାଦ । ବୈକୁଣ୍ଠ ଧାମ ଆଶ୍ରମର ମୁଖ୍ୟ ଫାଟକରେ କାଦୁଅ ବୋଳିଲେ ମହିଳା ସମାଜସେବୀ । ନିଖିଳ ଓଡିଶା ସ୍ବେଚ୍ଛାସେବୀ ମହାସଂଘର ମହିଳା ପ୍ରତିନିଧିଙ୍କ ତରଫରୁ ଜୋରଦାର ପ୍ରଦର୍ଶନ କରାଯାଉଛି । ବାବା କୈଳାଶନାଥ ଧର୍ମୀୟ ଭାବନାକୁ କୁଠାରଘାତ ଦେଇଥିବା ଅଭିଯୋଗ ହୋଇଛି । ହିନ୍ଦୁ ଧର୍ମକୁ ବଦନାମ କରାଯାଉଛି ମହାସବଘ ପକ୍ଷରୁ କୁହାଯାଉଛି । ସେପଟେ, ଆଜି ଖଣ୍ଡଗିରି ସ୍ଥିତ ବୈକୁଣ୍ଠ ଧାମ ଆଶ୍ରମରେ ପହଞ୍ଚି ଜମି ମାପଚୁପ ଆରମ୍ଭ କରିଛି ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଏ, ବିଡିଏ ଓ ତହସିଲର ଅଧିକାରୀ ଆଶ୍ରମରେ ପହଞ୍ଚି ମାପଚୁପ କରିଛନ୍ତି । ଆଶ୍ରମ ଜମି ସରକାରୀ କି ବେସରକାରୀ ତାହାର ତର୍ଜମା କରାଯାଉଛି । ଏହି ପ୍ଲଟ ସରକାରୀ ପ୍ଲଟ ହୋଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ସରକାରୀ ପ୍ଲଟରେ ଆଶ୍ରମ ନିର୍ମାଣ ହୋଇଥିଲେ ଉଛେଦ ହେବ ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି । ଜିଏ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଅମୀୟ ଦାସ ଏନେଇ ସୂଚନା ଦେଇଛନ୍ତି ।