31.1 C
Bhubaneswar
Friday, March 27, 2026
Homeଦେଶ ବିଦେଶକିସ୍ ବଦଳରେ ଚାପୁଡ଼ା ମାରିଲେ ମହିଳା; ଶେଷରେ କ’ଣ ହେଲା ଜାଣନ୍ତୁ....

କିସ୍ ବଦଳରେ ଚାପୁଡ଼ା ମାରିଲେ ମହିଳା; ଶେଷରେ କ’ଣ ହେଲା ଜାଣନ୍ତୁ….

ନୂଆଦିଲ୍ଲୀ : ଏକାଠି ଗୋଟିଏ ଅଫିସରେ କାମ କରୁଥିଲେ। ସହକର୍ମୀଙ୍କୁ କିସ୍ କରିବାକୁ ମନା କରିବାରୁ ମହିଳାଙ୍କୁ ତଣ୍ଟି ଚିପି ମାରିଦେଲେ। ଏଭଳି ହତ୍ୟାକାଣ୍ଡ ଘଟିଛି ବ୍ରାଜିଲ୍‌ରେ। ମହିଳାଜଣଙ୍କ ୮ଦିନ ପୂର୍ବରୁ ବିବାହ କରିଥିଲେ। ତେବେ ତାଙ୍କର ୪ଜଣ ସନ୍ତାନ ଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ସହକର୍ମୀଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁସାରେ, ମୃତ ମହିଳା ହେଲେ ସିଣ୍ଟିଆ ରିବିରୋ ବାରବୋସା। ତାଙ୍କ ସହକର୍ମୀ ମାର୍ସେଲୋ ଜୁନିଅର ବସ୍ତୋସ ସାଣ୍ଟୋସ ତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ । ତେବେ ସିଣ୍ଟିଆ ମନା କରିଦେଇଥିଲେ ଏବଂ ତାଙ୍କୁ ଚାପୁଡ଼ା ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମାର୍ସେଲୋ ତାଙ୍କୁ ହତ୍ୟା କରିବା ପାଇଁ ସ୍ଥିର କରିଥିଲେ।

ପ୍ରଥମେ ସେ ତାଙ୍କ ତଣ୍ଟିକୁ ଚିପି ଦେଇଥିଲେ। ଏଥିରେ ସିଣ୍ଟିଆଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ସିଣ୍ଟିଆଙ୍କ ହାତ ବାନ୍ଧିବା ପାଇଁ ଡାଏପର ଟେପ ମଧ୍ୟ ବ୍ୟବହାର କରିଥିଲେ । ମୃତ୍ୟୁ ପରେ ତାଙ୍କ ଶରୀରକୁ ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିଦେଇଥିଲେ। ସିଣ୍ଟିଆ ନମିଳିବାରୁ ତାଙ୍କ ସ୍ୱାମୀ ନାଥାନେଲ ଡା ସିଲଭା ଅନେକ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାର ଗୋଟିଏ ଦିନ ପରେ ସିଣ୍ଟିଆଙ୍କ ମୃତଦେହ ପରିତ୍ୟକ୍ତ ସ୍ଥାନରୁ ମିଳିଥିଲା। ବସ୍ତୋସ ସାଣ୍ଟୋସଙ୍କ ଉପରେ ପୋଲିସ ପ୍ରଥମେ ସନ୍ଦେହ କରିଥିଲା । କାରଣ ହତ୍ୟା ଦିନ ସେ ପଡୋଶୀଙ୍କଠାରୁ ଏକ ବେଲଚା ମାଗିଥିଲେ। ଏହାପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା।

ଏହାପରେ ସିଟିସିଭି ଫୁଟେଜରୁ ତାଙ୍କୁ ଚିହ୍ନଟ କରିଥିଲା। ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ସେ ପୋଲିସ ଆଗରେ ସବୁ କଥା କହିଥିଲେ। କିସ୍‌ କରିବାକୁ ମନା କରିବାରୁ ସେ ଏହି କାଣ୍ଡ ଭିଆଇଥିବା ପୋଲିସ ଆଗରେ ମାନିଥିଲେ। ଏନେଇ ଅଭିଯୁକ୍ତଙ୍କ ଓକିଲ କୌଣସି ପ୍ରତିକ୍ରିୟା ଦେବାକୁ ସଫା ସଫା ମନା କରିଦେଇଥିଲେ। ଏନେଇ ମହିଳାଙ୍କ ସ୍ୱାମୀ ନାଥାନେଲ ଡା ସିଲଭା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପୂର୍ବରୁ ସେମାନେ ଡେଟ୍‌ରେ ଥିଲେ। ସେମାନେ ୮ଦିନ ପୂର୍ବରୁ ବିବାହ କରିଥିଲେ। ତା’ପରେ ସିଣ୍ଟିଆ ତାଙ୍କ ଘରେ ରହିବାକୁ ଆସିଥିଲେ। ନିକଟରେ ବିବାହ କରିବାକୁ ସ୍ଥିର କରିଥିଲେ, କାରଣ ତାଙ୍କ ଧର୍ମରେ ଲିଭଇନ୍‌କୁ ସ୍ୱୀକୃତି ମିଳିନି। ସିଣ୍ଟିଆ ପୂର୍ବରୁ ବିବାହ କରିଥିଲେ ଓ ତାଙ୍କର ୪ଟି ସନ୍ତାନ ମଧ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ସାବାଳକ ହୋଇଥିବା ବେଳେ ଅନ୍ୟ ୨ଜଣ ନାବାଳକ। ପିଲାଙ୍କୁ ତାଙ୍କ ସ୍ୱାମୀ ନିଜର ପିଲା ବୋଲି ଭାବୁଥିଲେ ବୋଲି କହିଛନ୍ତି। ତେବେ ସେ ମୋ ଜୀବନର ଅଂଶ ଥିଲେ। ତାଙ୍କ ସହ ଅନେକ ସ୍ମୃତି ଯୋଡି ହୋଇରହିଥିବା ସ୍ୱାମୀ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking