25.1 C
Bhubaneswar
Monday, March 23, 2026
Homeଅପରାଧଦିଅର ପ୍ରେମରେ ପଡି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଦିଅର ପ୍ରେମରେ ପଡି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଦିଅର ପ୍ରେମରେ ପଡି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ସ୍ତ୍ରୀ। ବିଡୁ ପୋଲିସ ଷ୍ଟେଶନ ଅଞ୍ଚଳର ବାସିନ୍ଦା ଦୀନେଶ ଅବସ୍ଥିଙ୍କୁ ସ୍ତ୍ରୀ ଏବଂ ଦିଅର ମିଶି ହତ୍ୟା କରିଛନ୍ତି। ସ୍ୱାମୀ ପ୍ରେମ ସଂପର୍କରେ ବାଧା ସୃଷ୍ଟି କରୁଥିବା ଦେଖି ଏହି ଘଟଣା ଘଟିଛି। ଦୀନେଶଙ୍କୁ ହତ୍ୟା କରିବା ସହ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଫୋପାଡି ଥିଲେ।

ଦୀନେଶ ତାଙ୍କ ପତ୍ନୀ ଗୁଡିଆ ଏବଂ ସାନଭାଇ ମନୋଜଙ୍କ ସହ ତାଙ୍କ ପରିବାରରେ ରହୁଥିଲେ। କିନ୍ତୁ ଯେତେବେଳେ ଦିଅର ଏବଂ ଭାଉଜ ମଧ୍ୟରେ ଏକ ଅବୈଧ ସମ୍ପର୍କ ଯୋଗୁ ଏକ ଶିଶୁ ଜନ୍ମନେଇଥିଲା। ଦୀନେଶ ଜାଣି ନ ଥିଲେ। ଦୀନେଶଙ୍କ ଅନୁପସ୍ଥିତିରେ ଗୁଡିଆ ଏବଂ ମନୋଜଙ୍କ ବିଷୟରେ ଏକ ଭିନ୍ନ କାହାଣୀ ଚାଲିଥିଲା। ଏହି କାରଣରୁ ଦୀନେଶଙ୍କ ସନ୍ଦେହ ହେବାରୁ ସେ ଏନେଇ ଘରେ କହିଥିଲେ। ପରେ ଝଗଡା ଆରମ୍ଭ ହୋଇଥିଲା ଏବଂ ସେହି ସମୟରେ ଗୁଡିଆ ଏବଂ ମନୋଜ ତାଙ୍କ ସ୍ୱାମୀ ଦୀନେଶଙ୍କୁ ତାଙ୍କ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ପରେ ତାଙ୍କ ହତ୍ୟା କରି ଫେରାର ହୋଇଯାଇଥିଲେ। ଏବେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking