21.1 C
Bhubaneswar
Monday, November 18, 2024
Homeଓଡିଶାକିଡ଼ନୀ ରୋଗ କବଳରେ ଗାଁ

କିଡ଼ନୀ ରୋଗ କବଳରେ ଗାଁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ସର୍ଗିଗୁଡା ଗାଁ । ଗାଁକୁ କବଜ୍ଜା କରିଛି କିଡନୀ ରୋଗ । ଅନେକ ଲୋକ କିଡନୀ ରୋଗ ପୀଡିତ । କିଏ ରୋଗ ସହ ଲଢ଼ିଲଢ଼ି ଜୀବନ ହାରିଛନ୍ତି ତ ଆଉ କିଏ ଚିକିତ୍ସା ପାଇଁ ସର୍ବସ୍ୱ ହରାଇ ସାରିଲେଣି । ସାରା ଗାଁର ଲୋକଙ୍କ କାହାଣୀ ଶୁଣିଲେ, ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କଲେ ଆପଣମାନେ ମଧ୍ୟ କହିବେ, ଏଠି କଣ ମୃତ୍ୟୁର ଫାସ ଜଗି ବସିଛି କିଡନୀ ରୋଗ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗାଁରେ ଘର ଘରେ କିଡନୀ ରୋଗୀ । ଅନେକଙ୍କ ଜୀବନ ଦୀପ ଲିଭି ଗଲାଣି, କିଛି ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏବେ ଯଦି ଅନ୍ୟ ସମସ୍ତଙ୍କର ପରୀକ୍ଷା କରାଯିବ, ତେବେ ଅନେକ ଆକ୍ରାନ୍ତ ଚିହ୍ନଟ ହେବେ ବୋଲି କହିଛନ୍ତି ଗ୍ରାମବାସୀ। ଗାଁରେ ନଳକୂପରୁ ବାହାରୁ ଥିବା ଗୋଳିଆ ପାଣି ପିଇ ଲୋକମାନେ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ୨୦୨୩ରେ କିଡନୀ ରୋଗରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଚଳିତ ବର୍ଷ ୪ଜଣଙ୍କ ମୃତ୍ୟୁ ହୋଇଛି । ଗତ ୧୦ ବର୍ଷରେ ୨୫ ଜଣଙ୍କ ଜୀବନ ନେଇଛି ଏ ରୋଗ । ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କୁ ଅବଗତ କଲେ ମଧ୍ୟ କୌଣସି ସୁବିଧା ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking