21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶମାଇଁ-ଭଣଜାଙ୍କ ନିଆରା ପ୍ରେମ କାହାଣୀ

ମାଇଁ-ଭଣଜାଙ୍କ ନିଆରା ପ୍ରେମ କାହାଣୀ

ଉତ୍ତରପ୍ରଦେଶ: ମାଇଁ ଓ ଭଣଜା- ସେମାନେ ଗଢ଼ିଛନ୍ତି ଏମିତି ଏକ ପ୍ରେମ କାହାଣୀ, ଯାହା ଆଖି ଦେଖିନଥିଲା କାନ ଶୁଣନଥିଲା। ଜଣେ ଅନ୍ୟ ଜଣକୁ ଛାଡ଼ି ବଞ୍ଚିବା ଅସମ୍ଭବ। ସେଥିପାଇଁ ତ ମାଇଁର ମଲା ଖବର ଶୁଣି ସହିପାରିଲାନି ଭଣଜା। ଶେଷରେ ନିଜ ଜୀବନ ଦେବାକୁ ବି ପଛାଇଲାନି। ହଁ ଆଜ୍ଞା ଏପରି ଏକ ଅନନ୍ୟ ପ୍ରେମ କାହାଣୀ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କୌଶାମ୍ବୀ ଜିଲ୍ଲାରେ। ଯେଉଁଠାରେ ମାଇଁ ଏବଂ ଭଣଜାଙ୍କ ପ୍ରେମ ସମ୍ପର୍କ ବିଷୟରେ ପରିବାର ଲୋକ ଜାଣିବାରୁ ମାଇଁ ଜଣକ ବିଷ ଖାଇ ଆତ୍ମହତ୍ୟା କରିଥିଲେ। ଆଉ ଏକଥା ଯେତେବେଳେ ଭଣଜା ଜାଣିଲେ ସେ ବି ମାଇଁଙ୍କ ସାଙ୍ଗରେ ଆର ପାରିକୁ ଯିବାକୁ ବିଷ ଖାଇଦେଲେ। ୟୁପିର କୌଶାମ୍ବୀ ଜିଲ୍ଲାରେ ଜଣେ ମାଇଁ ଏବଂ ତାଙ୍କ ଭଣଜାଙ୍କ ଏକ ଅନନ୍ୟ ପ୍ରେମ କାହାଣୀର ଏକ ଘଟଣା ସାମ୍ନାକୁ ଆସିଛି। ମାଇଁ-ଭଣଜାଙ୍କ ଚୋରା ପିରତି ସାମ୍ନାକୁ ଆସିବା ପରେ ମାଇଁ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିଲେ, ତା’ପରେ ପ୍ରେମିକା ମାଇଁଙ୍କ ମୃତ୍ୟୁରେ ଆଘାତ ପାଇଥିବା ଭଣଜା ମଧ୍ୟ ବିଷ ପିଇ ଜିଲ୍ଲା ହସ୍ପିଟାଲରେ ଜୀବନ ଏବଂ ମୃତ୍ୟୁ ସହ ଲଢ଼ୁଛନ୍ତି।

ଘଟଣାଟି ମାନଝାନପୁର କୋତୱାଲି ଅଞ୍ଚଳର ହାଟୱା ରାମପୁରରେ ଘଟିଛି, ଯେଉଁଠାରେ ପିଣ୍ଟୁଙ୍କ ପତ୍ନୀ ବିମଳା ଦେବୀ, ବୟସ ପ୍ରାୟ ୩୬ ବର୍ଷ ହେବ। ସେ ତାଙ୍କ ଭଣଜା ବିଶୋକ ବୟସ ୨୦ ବର୍ଷ ହେବ। ଦୁଇ ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି ଅନନ୍ୟ ପ୍ରେମ କାହାଣୀ ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ମୃତ ମାଇଁ ବିମଳାଙ୍କ ସ୍ୱାମୀ ପିଣ୍ଟୁ ବାହାରେ ରୁହନ୍ତି। ଏହି ସମୟରେ ମାମୁଁଙ୍କ ଅନୁପସ୍ଥିତିରେ ମାଇଁ ଏବଂ ଭଣଜାଙ୍କ ମଧ୍ୟରେ ପ୍ରେମ ବଢ଼ିଲା ଏବଂ ପାରିବାରିକ ପ୍ରତିବନ୍ଧକ ମଧ୍ୟ ଆରମ୍ଭ ହେଲା। ଯାହା ପରେ ସେମାନଙ୍କ ମଧ୍ୟରେ ବିବାଦ ହୋଇଥିଲା ଏବଂ ମାମଲା ପୋଲିସ ପାଖରେ ପହଞ୍ଚିଲା। ଏହି ସମ୍ପୂର୍ଣ୍ଣ ଘଟଣା ପରେ ଉଭୟ ପକ୍ଷ ମଧ୍ୟ ସମାଧାନରେ ପହଞ୍ଚିଲେ। ସେହି ସମୟରେ ହଠାତ୍ ନୀରବ ଥିବା ପ୍ରେମିକା ମାଇଁ ବିମଳା ଦେବୀ ବିଷ ପିଇ ଆତ୍ମହତ୍ୟା କଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking