ବ୍ୟୁରୋ: ପ୍ରକୃତିର ବିରଳ ଅଲିଭ ରିଡଲେ କଇଁଛ ଉପରେ ଗବେଷଣା କରାଯିବ । ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା ହେବ କଇଁଛ ଗବେଷଣା ଓ ସଂରକ୍ଷଣ କେନ୍ଦ୍ର । ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଋଷିକୁଲ୍ୟା ମୁହାଣ ନିକଟରେ ପୁରୁଣା ବନ୍ଧରେ ଜାଗା ଚିହ୍ନଟ କରାଯାଇଛି । ଖୁବଶୀଘ୍ର ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ ହେବ ବୋଲି ବ୍ରହ୍ଣପୁର ବନଖଣ୍ଡ ଅଧିକାରୀ ସନି ଖୋଖର ସୂଚନା ଦେଇଛନ୍ତି । ଓଡିଶାରେ ଏହା ପ୍ରଥମ କଇଁଛ ଗବେଷଣା କେନ୍ଦ୍ର ହେବ । ପ୍ରାରମ୍ଭିକ ପର୍ଯ୍ୟୟ ଜମି ଚିହ୍ନଟ କରାଯାଇଛି । ଜମି ହସ୍ତାନ୍ତର ପରେ ଡିପିଆର ଓ ନକ୍ସା ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି ।