21.1 C
Bhubaneswar
Saturday, February 14, 2026
Homeଓଡିଶା‘ଦାନା’ ବାତ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଛଅଟି ସଂସ୍ଥା ପକ୍ଷରୁ...

‘ଦାନା’ ବାତ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଛଅଟି ସଂସ୍ଥା ପକ୍ଷରୁ ମୋଟ୍ ୭୧ ଲକ୍ଷ ଟଙ୍କା ପ୍ରଦାନ

‘ଦାନା’ ବାତ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହାୟତା ପ୍ରଦାନ
ଭୁବନେଶ୍ୱର:  ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଲୋକସେବା ଭବନ ଠାରେ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ସେମାନଙ୍କ ଠାରୁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ କେଏମ୍‌ଭି ପ୍ରୋଜେକ୍ଟ ଲିମିଟେଡେ ପକ୍ଷରୁ ୫୦ଲକ୍ଷ ଟଙ୍କା, ବିଜ୍ଞାନ ଭାରତୀ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ୧୦ଲକ୍ଷ ଟଙ୍କା, ହାଇ ଇଲ୍‌ଡ ଇଷ୍ଟେଟ୍‌ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ୫ ଲକ୍ଷ ଟଙ୍କା, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ ୨ ଲକ୍ଷ ଟଙ୍କା, ଶିବାନୀ ରିସୋର୍ସେସ ପକ୍ଷରୁ ୨ ଲକ୍ଷ ଟଙ୍କା ଏବଂ ଭୁବନେଶ୍ବର ସେଣ୍ଟ୍ ଜାଭିୟର୍ସ ସ୍କୁଲ ପିଲାମାନଙ୍କ ପକ୍ଷରୁ ୨ଲକ୍ଷ ୧ ହଜାର ଟଙ୍କାର ସହାୟତା ରାଶି ଚେକ୍‌ ଆକାରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ସମୁଦାୟ ୬ଟି ସଂସ୍ଥା ପକ୍ଷରୁ ୭୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟର ବିପଦ ସମୟରେ ରାଜ୍ୟ ବାସୀଙ୍କୁ ସହାୟତା କରିବା ପାଇଁ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking