ଢେଙ୍କାନାଳ: ଘରେ ପଶି ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରୁ ଆସିଛି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ହିନ୍ଦୋଳ ଫରେଷ୍ଟ ରେଞ୍ଜ ନୂଆଗାଁର ସଂସାର ଗଡ଼ନାୟକ ସୋମବାର ରାତିରେ ଶୋଇଥିବା ବେଳେ ହଠାତ୍ ଘର ଭିତରକୁ ପଶିଯାଇଥିଲା ଦନ୍ତା । ରାତି ପ୍ରାୟ ୧.୩୦ ମିନିଟ ସମୟରେ ଏପରି ଘଟଣା ଘଟିଥିବା ବେଳେ ଗୁରୁତର ସଂସାର ଗଡ଼ନାୟକଙ୍କୁ ଗାଁଲୋକେ ପ୍ରଥମେ ଗୁରୁତର ଭାବେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ପଠାଇ ଦେଇଥିଲେ । ମାତ୍ର ଅଧା ବାଟରେ ତାଙ୍କର ମୃତ୍ୟୁ ଘଟିଛି ।










