ଗଞ୍ଜାମ: ସାହି ମଝିରେ ବୁଲିଲା ଖଣ୍ଡା । ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ବ୍ରହ୍ମପୁର ଟାଉନ୍ ଥାନା ଗେଟ୍ବଜାର ରାଧାକୃଷ୍ଣ ସାହିରେ ଏପରି ଘଟଣା ଘଟିଛି । ସୋସିଆଲ ମିଡିଆରେ ସାହି ମଝିରେ ଖଣ୍ଡା ବୁଲିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଝିଅର ଭାଇ ଓ ବିବାହ କରିବାକୁ ଥିବା ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହିଞ୍ଜିଳି ସାରୁ ଗାଁର କାହ୍ନା ଡାକୁଆ ଓ ରାଧାକୃଷ୍ଣ ସାହିର କାହ୍ନୁ ଡାକୁଆ । ବିବାହ ପ୍ରସ୍ତାବ ଭାଙ୍ଗିବା ପରେ ଝିଅ ଘର ଲୋକେ ପୁଅ ଘର ଲୋକଙ୍କୁ କ୍ଷତିପୂରଣ ବାବଦକୁ ଟଙ୍କା ମାଗିଥିଲେ । ଏହା ପରେ ଝିଅର ଭାଇ ଓ ଝିଅର ଭାବି ସ୍ବାମୀ ମଧ୍ୟରେ ଗଣ୍ଡଗୋଳ ହେବା ପରେ ଉଭୟ ଗିରଫ ହୋଇଛନ୍ତି ।