13.1 C
Bhubaneswar
Wednesday, January 14, 2026
Homeଅପରାଧଶିକ୍ଷାର ମନ୍ଦିରରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର

ଶିକ୍ଷାର ମନ୍ଦିରରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର

ବ୍ରହ୍ମପୁର: ଶିକ୍ଷାର ମନ୍ଦିର ବିଦ୍ୟାଳୟ ପରିସରରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ରଘୁନାଥପୁର ହାଇସ୍କୁଲରେ । ଗୁରୁତର ଅବସ୍ଥାରେ ସହପାଠୀ ଜଣକୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ରହ୍ମପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ନବମ ଶ୍ରେଣୀରେ ଅଧ୍ୟୟନରତ ଦୁଇ ଛାତ୍ର ମଧ୍ୟରେ ହଠାତ୍ ପାଟିତୁଣ୍ଡ ହେବା ସହ ଏକପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ପରେ ସେଥିରୁ ଜଣେ ଛାତ୍ର ଉତ୍ୟକ୍ତ ହୋଇ ଅନ୍ୟ ଜଣଙ୍କୁ ଛୁରୀରେ ଆକ୍ରମଣ କରିଥିବା ଜଣାପଡିଛି । ବିଦ୍ୟାଳୟ ପରିସରରେ ହିଁ ଏପରି ଘଟଣା ଘଟିଥିବା ବେଳେ ଆହତ ଛାତ୍ର ଜଣଙ୍କ ରାମଚନ୍ଦ୍ରପୁର ଗାଁର କଂସ ପ୍ରଧାନଙ୍କ ପୁତ୍ର ଶୁଭମ ପ୍ରଧାନ ହୋଇଥିବା ବେଳେ ଆକ୍ରମଣ କରିଥିବା ଛାତ୍ର ଜଣଙ୍କ ହେଲେ ଉକ୍ତ ଗାଁର ପ୍ରକାଶ ପ୍ରଧାନଙ୍କ ପୁତ୍ର ଭୋଳା ପ୍ରଧାନ ବୋଲି ଜଣାପଡିଛି ।

ଗୁରୁତର ଅବସ୍ଥାରେ ଶୁଭମ ପ୍ରଧାନଙ୍କୁ ପ୍ରଥମେ ଶେରଗଡ଼ ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର ସୂଚନା ମିଳିଛି। ଉଭୟ ଆହତ ଏବଂ ଆକ୍ରମଣ କରିଥିବା ଦୁଇ ଛାତ୍ର ନବମ ଶ୍ରେଣୀର ହୋଇଥିବା ବେଳେ ଛାତ୍ରମାନେ ବିଦ୍ୟାଳୟରେ ପହଞ୍ଚି ଯାଉଥିବା ବେଳେ ଏହି ଘଟଣା ବିଦ୍ୟାଳୟ ପରିସରର ଘଟିଥିବା ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏହି ଘଟଣା ଶୁଣିବା ପରେ ସିଧାସଳଖ ଶେରଗଡ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking