21.1 C
Bhubaneswar
Saturday, February 14, 2026
Homeଓଡିଶା୮ ମହଲା ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ର

୮ ମହଲା ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ର

ଲକ୍ଷ୍ନୌ : ୮ ମହଲା ଛାତରୁ ଡେଇଁ ଜୀବନ ହାରିଲେ ଆଇଆଇଟି ଆଶାୟୀ ଛାତ୍ର । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି ଏପରି ଏକ ହୃଦୟ ବିଦାରକ ଘଟଣା। ଆଜି ସକାଳେ ଛାତ୍ରଜଣକ କମର୍ସ ହାଉସ୍‌ ବିଲ୍ଡିଂର ୮ ମହଲା ଉପରକୁ ଚଢ଼ି ଯାଇଥିଲେ। ଏହାପରେ ସେଠାରୁ ତଳକୁ ଡେଇଁ ପଡ଼ିଥିଲେ। ଏହାଦେଖି ବିଲ୍ଡିଂର ସିକ୍ୟୁରିଟି ଗାର୍ଡ ତୁରନ୍ତ ପୁଲିସ୍‌କୁ ଫୋନ୍‌ କରିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୁଲିସ୍‌ ସୂଚନା ଅନୁଯାୟୀ, ଜାନକୀପୁରମ୍‌ ଅଞ୍ଚଳରେ ରହୁଥିବା ୧୭ ବର୍ଷୀୟ ଛାତ୍ରଜଣକ ଟ୍ୟୁସନ କରୁଥିଲା। ଏଥିସହ ସେ ଆଇଆଇଟି ଏଣ୍ଟ୍ରାନ୍ସ ପାସ୍‌ କରିବାକୁ ପ୍ରସ୍ତୁତି ଚଳାଇଥିଲା। ତେବେ ଛାତ୍ରଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷପ ଉଠାଇଲେ, ଏହା ପଛରେ କ’ଣ କାରଣ ରହିଛି ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking