26.1 C
Bhubaneswar
Saturday, December 20, 2025
Homeଓଡିଶାଭାରତର ଆତ୍ମନିର୍ଭରଶୀଳତା ପାଇଁ ଏକ ଦୃଢ଼ ପଦକ୍ଷେପ: ୧୦୦ରୁ ଅଧିକ ଗ୍ରେଡରେ ଷ୍ଟିଲ ଉତ୍ପାଦନ କରିଛି

ଭାରତର ଆତ୍ମନିର୍ଭରଶୀଳତା ପାଇଁ ଏକ ଦୃଢ଼ ପଦକ୍ଷେପ: ୧୦୦ରୁ ଅଧିକ ଗ୍ରେଡରେ ଷ୍ଟିଲ ଉତ୍ପାଦନ କରିଛି

ଯାଜପୁର: ୨୦୧୫ ନଭେମ୍ବର ୧୮ ରେ ଆରମ୍ଭ କରିଥିଲା ।ଉତ୍ପାଦନ ୧୦୦ ରୁ ଅଧିକ ଗ୍ରେଡର ଷ୍ଟିଲ୍ ଉତ୍ପାଦନ କରି ଆତ୍ମନିର୍ଭର ଭାରତର ପ୍ରତୀକ ସାଜିଛି ।ସମଗ୍ର ଓଡ଼ିଶାରେ ୧,୦୦,୦୦୦ କୋଟି ଏବଂ କେବଳ ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ୫୦,୦୦୦ କୋଟିରୁ ଉର୍ଦ୍ଧ୍ଵ ପୁଞ୍ଜି ନିବେଶ, ଟାଟା ଷ୍ଟିଲ୍ ପାଇଁ ଓଡିଶା ସର୍ବବୃହତ ପୁଞ୍ଜି ବିନିଯୋଗ ସ୍ଥଳୀ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଉତ୍ପାଦନ ଆରମ୍ଭ କରିବାର ଏକ ଦଶନ୍ଧି ପୂରଣ କରିଛି, ଯାହା ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ସହଯୋଗ କରିଚାଲିଛି । ୨୦୧୫ ନଭେମ୍ବର ୧୮ରୁ ଉତ୍ପାଦନ ଆରମ୍ଭ କରିଥିବା କଳିଙ୍ଗନଗର ପ୍ଳାଣ୍ଟ କେବଳ ଷ୍ଟିଲ୍ ଉତ୍ପାଦନ କ୍ଷେତ୍ରରେ ଏକ ଶିଳ୍ପ ଶକ୍ତି ଭାବରେ ପରିଣତ ହୋଇନାହିଁ, ବରଂ ଏହାର ଚତୁଃପାର୍ଶ୍ୱରେ ଥିବା ଲୋକମାନଙ୍କ ବିକାଶରେ ଭାଗୀଦାରୀ ସାଜିବା ସହିତ ପରିଚାଳନା ଦକ୍ଷତା, ପ୍ରଯୁକ୍ତିଗତ ଅଗ୍ରଗତି, ନିରାପତ୍ତା ଏବଂ ଦୀର୍ଘସ୍ଥାୟୀ ଅଭ୍ୟାସ କ୍ଷେତ୍ରରେ ଉନ୍ନତି ଆଣିପାରିଛି।ଟିଏସକେ ବାର୍ଷିକ ଉତ୍ପାଦନ କ୍ଷମତା ୩ ନିୟୁତ ଟନ୍ (ଏମଟିପିଏ) ରୁ ଆରମ୍ଭ କରି, ବର୍ତ୍ତମାନ ୮ ଏମଟିପିଏକୁ ବୃଦ୍ଧି ପାଇଛି । ଏଥି ପାଇଁ କମ୍ପାନୀ ୫୦,୦୦୦ କୋଟିରୁ ଅଧିକ ପୁଞ୍ଜି ନିବେଶ କରିଛି, ଯାହା ଟାଟା ଷ୍ଟିଲର ଇତିହାସରେ ସବୁଠାରୁ ବଡ଼ ସମ୍ପ୍ରସାରଣ । ଏହି ପ୍ଳାଣ୍ଟର ବିଶେଷତ୍ଵ ମଧ୍ୟରେ ରହିଛି ଦେଶର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସର କାର୍ଯ୍ୟକ୍ଷମ କରିବା। ବର୍ତ୍ତମାନ, କଳିଙ୍ଗନଗର ପ୍ଳାଣ୍ଟ ଉଚ୍ଚ-ଗୁଣବତ୍ତାର ୧୦୦ ରୁ ଅଧିକ ଗ୍ରେଡ ଷ୍ଟିଲ୍ ଉତ୍ପାଦନ କରି ଆତ୍ମନିର୍ଭର ଭାରତ ଅଭିଯାନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଯାହା ଦେଶର ଆମଦାନୀ ନିର୍ଭରତାକୁ ବିଶେଷ ଭାବରେ ହ୍ରାସ କରିଛି ।ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ୍ କହିଛନ୍ତି: ” ଟାଟା ଷ୍ଟିଲ କଳିଙ୍ଗନଗର ଆମ ସମସ୍ତଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛି । ଏହା ଏକ ନୂତନ ଯୁଗର ପ୍ରତୀକ – ଯେଉଁଠାରେ ଆମେ ଶତାବ୍ଦୀର ଅଭିଜ୍ଞତାକୁ ଭବିଷ୍ୟତ ଦୃଷ୍ଟିକୋଣ ସହିତ ଯୋଡ଼ି, ଭାରତୀୟ ନିର୍ମାଣ କ୍ଷେତ୍ର ପାଇଁ ଏକ ବ୍ଲୁପ୍ରିଣ୍ଟ ସୃଷ୍ଟି କରିଛୁ । କଳିଙ୍ଗନଗର ଆମର ସହନଶୀଳତା, ଦଳଗତ କାର୍ଯ୍ୟ, ଏବଂ ଆମ ବିଶ୍ୱାସକୁ ପରୀକ୍ଷା କରିଛି । ପ୍ରତ୍ୟେକ ସମୟରେ ଆମ କର୍ମଚାରୀମାନେ ନିଜ ନିଜ ଦାୟିତ୍ୱକୁ ସଠିକ ଭାବେ ପ୍ରତିପାଦାନ କରିଆସିଛନ୍ତି । ଗତ ଦଶବର୍ଷ ମଧ୍ୟରେ, କଳିଙ୍ଗନଗର ପ୍ରମାଣ କରିଦେଇଛି ଯେ, ଅଭିବୃଦ୍ଧି, ଜ୍ଞାନକୌଶଳ ଏବଂ ଦୀର୍ଘସ୍ଥାୟୀତା ଏକ ସମନ୍ୱୟରେ ଚାଲି ସ୍ଥାୟୀ ମୂଲ୍ୟ ସୃଷ୍ଟି କରିପାରେ। ଆଜି, ଆମେ ଏହି ୧୦ ବର୍ଷର ପୂରଣ କରୁଥିବାବେଳେ, ମୁଁ ଏହି ଯାତ୍ରାର ଅଂଶ ହୋଇଥିବା ଆମ କର୍ମଚାରୀ, ଯୋଗାଣକାରୀ, ବ୍ୟବସାୟ ସହଯୋଗୀ, ସ୍ଥାନୀୟ ଅଧିବାସୀ ଏବଂ ଓଡିଶା ସରକାରଙ୍କୁ ଅଟଳ ସହଯୋଗ ଆମର ଦୃଷ୍ଟିକୋଣ ଉପରେ ବିଶ୍ୱାସ ରଖିଥିବାରୁ ହୃଦୟରୁ କୃତଜ୍ଞତା ଜଣାଉଛି।”ଟାଟା ଷ୍ଟିଲର ଇତିହାସରେ କଳିଙ୍ଗନଗର ପ୍ଳାଣ୍ଟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଅନେକ ବର୍ଷ ଧରି, ଓଡିଶାର ପ୍ରଚୁର ଖଣିଜ ସମ୍ପଦ ମୁଖ୍ୟତଃ ଜାମସେଦପୁର କାରଖାନା ପାଇଁ କଞ୍ଚାମାଲ ଉତ୍ସ ଭାବରେ କାର୍ଯ୍ୟ କରୁଥିଲା। ଓଡ଼ିଶାରେ ପ୍ରତ୍ୟକ୍ଷ ଭାବରେ ବୃହତ୍ ପରିମାଣର ଇସ୍ପାତ ଉତ୍ପାଦନ ଆରମ୍ଭ କରି ଟାଟା ଷ୍ଟିଲ କଳିଙ୍ଗନଗର ଏହି ଗତିଶୀଳତାକୁ ମୂଳତଃ ପରିବର୍ତ୍ତନ କରିଛି । ଗତ ୧୦ ବର୍ଷ ମଧ୍ୟରେ ୧,୦୦,୦୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ସହିତ ସମଗ୍ର ବିଶ୍ବରେ ଏହାର ଥିବା କାର୍ଯ୍ୟ ସ୍ଥଳ ମଧ୍ୟରେ ଟାଟା ଷ୍ଟିଲ ପାଇଁ ଓଡିଶା ସର୍ବବୃହତ ପୁଞ୍ଜି ବିନିଯୋଗ ସ୍ଥଳୀ ଭାବରେ ପସନ୍ଦର ସ୍ଥାନ ହୋଇପାରିଛି । ନିକଟରେ ରାଜ୍ୟର ଅନ୍ୟତମ ଷ୍ଟାର ନିଯୁକ୍ତିଦାତା ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଟାଟା ଷ୍ଟିଲକୁ ସମ୍ମାନିତ କରିଥିଲେ ।ଡିଜିଟାଲ ଏବଂ ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ନେତୃତ୍ୱ ଏହାକୁ ୱାର୍ଲ୍ଡ ଇକୋନୋମିକ୍ ଫୋରମରେ ବିଶ୍ୱସ୍ତରୀୟ ସ୍ୱୀକୃତି ଦେଇଛି । ଏହା ଭାରତର ପ୍ରଥମ ମ୍ୟାନୁଫ୍ୟାକ୍ଚରିଂ ପ୍ଲାଣ୍ଟ (ଏବଂ ବିଶ୍ୱରେ ଦ୍ୱିତୀୟ) ଭାବରେ ଏକ ‘ଆଡଭାନ୍ସଡ୍ ୪ର୍ଥ ଇଣ୍ଡଷ୍ଟ୍ରିଆଲ୍ ରିଭୋଲ୍ୟୁସନ୍ ଲାଇଟହାଉସ୍’ ଭାବରେ ମାନ୍ୟତା ପାଇଛି।

ଦୀର୍ଘସ୍ଥାୟୀ ଅଭିବୃଦ୍ଧି ହେଉଛି ଟିଏସକେର ଦର୍ଶନର ମୂଳଭିତ୍ତି । ଏହି କାରଖାନା ଦକ୍ଷ ସପ୍ଲାଇ ଚେନ୍ ପରିଚାଳନ ଏବଂ କାର୍ବନ୍ ନିର୍ଗମନକୁ କମ କରି ଏହାର ପରିବେଶଗତ ପ୍ରଭାବକୁ କମ କରିଥାଏ । ପ୍ଳାଣ୍ଟର ୩୩% ଅଞ୍ଚଳ ସବୁଜିମା ପାଇଁ ଉତ୍ସର୍ଗୀକୃତ । ଟିଏସକେ ଶୂନ୍ୟ ଅଶୋଧିତ ବର୍ଜ୍ୟ ନିର୍ଗମନ (ଜେଡ଼ଇଡି) ସ୍ଥଳୀ ଭାବରେ ମଧ୍ୟ କାର୍ଯ୍ୟ କରେ ଏବଂ ପରିବେଶ ପରିଚାଳନା ପ୍ରତି ଏହାର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ୧୦୦% କଠିନ ବର୍ଜ୍ୟବସ୍ତୁର ପୁନଃବ୍ୟବହାର କରିଥାଏ । ୨୦୨୪ ରେ, ଟିଏସକେ ମାନ୍ୟତାପ୍ରାପ୍ତ ରେସ୍ପନ୍ସିବଲ ଷ୍ଟିଲ ମାନ୍ୟତା ହାସଲ କରିଛି, ଯାହା ନୈତିକ ଉତ୍ସ ଏବଂ ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ ଅଭ୍ୟାସ ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥାଏ।
ଟିଏସକେ ଏକ ବିବିଧ ଏବଂ ଅନ୍ତର୍ଭୂକ୍ତୀ କାର୍ଯ୍ୟସ୍ଥଳୀ ଗଠନରେ ମଧ୍ୟ ଅଗ୍ରଣୀ ଭୂମିକା ନିର୍ବାହ କରୁଛି । ଏହି ପ୍ଳାଣ୍ଟ ରେ ୩୦% କର୍ମଚାରୀ ମହିଳା, ଦିବ୍ୟାଙ୍ଗ ବ୍ୟକ୍ତି, ଏଲଜିବିଟିକ୍ୟୁ+ ବ୍ୟକ୍ତିବିଶେଷ, ଏବଂ ଅନୁସୂଚିତ ଜାତି ଓ ଜନଜାତିର ସଦସ୍ୟମାନଙ୍କୁ ସାମିଲ କରାଯାଇଛି।
ଟି‌ଏସ୍‌କେର ଏହାର ଶିଳ୍ପ କାର୍ଯ୍ୟଠାରୁ ଆରମ୍ଭ କରି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସକରାତ୍ମକ ପ୍ରଭାବ ପକାଇଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ମାଧ୍ୟମରେ ଏକାଧିକ ଲୋକହିତକର କାର୍ଯ୍ୟ ହାତକୁ ନିଆଯାଇଛି । ସେଗୁଡିକ ମଧ୍ୟରେ ଲୋୟୋଲା ସ୍କୁଲ୍ ପରି ଅନୁଷ୍ଠାନ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ୧୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେସିଆଲିଟି ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ଉନ୍ନତ ଚିକିତ୍ସା ସେବା ଆଦି ପ୍ରଦାନ କରାଯାଉଛି । ଟିଏସକେ ସ୍ଥାନୀୟ ସଶକ୍ତିକରଣ ପଦକ୍ଷେପକୁ ମଧ୍ୟ ସମର୍ଥନ କରେ, ଯେପରିକି ନବଜୀବନ କୋଅପରେଟିଭ୍ ଲିମିଟେଡ୍, ଯାହା କଳିଙ୍ଗନଗରର ମହିଳା କାରିଗରମାନଙ୍କର ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଅଟେ । ଏହା ଦ୍ଵାରା ଅନେକ ମହିଳାଙ୍କୁ ସ୍ଥାୟୀ ଜୀବିକା ମିଳିପାରିଛି । କମ୍ପାନୀ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ଦ୍ଵାରା ଗତ ୧୦ ବର୍ଷରେ ମଧ୍ୟରେ କଳିଙ୍ଗନଗରର ମୋଟ ୧୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସକରାତ୍ମକ ଭାବରେ ପ୍ରଭାବିତ କରିପାରିଛି ।ଟାଟା ଷ୍ଟିଲ୍ କଳିଙ୍ଗନଗର ଭବିଷ୍ୟତ ପାଇଁ ଆହୁରି ବଡ଼ ସମ୍ଭାବନା ନେଇ ଆସୁଛି । କାରଣ ଆଗାମୀ ଦିନରେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୧୬ ନିୟୁତ ଟନ୍ (ଏମଟିପିଏ) କମ୍ପ୍ଲେକ୍ସ ହେବାକୁ ଯାଉଛି – ନିରନ୍ତର ନବସୃଜନ, ଅଭିବୃଦ୍ଧି, ଏବଂ ଅସଂଖ୍ୟ ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking