27.1 C
Bhubaneswar
Tuesday, March 31, 2026
Homeଓଡିଶାଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ

ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲଷ୍ମୀସାଗରସ୍ଥିତ ସହରାଞ୍ଚଳ ପୋଲିସ, ଟ୍ରାଫିକ ପ୍ରଶିକ୍ଷଣ କେନ୍ଦ୍ର (UPTTI) ପରିସରରେ ବିଜୁପଟ୍ଟନାୟକ ରାଜ୍ୟ ପୋଲିସ ଏକାଡ଼େମୀ ଏବଂ ରାଜ୍ୟ ଫରେନସିକ ବିଜ୍ଞାନ ପରୀକ୍ଷାଗାର (SFSL) ମିଳିତ ଆନୁକୁଲ୍ୟରେ ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ଅବସରରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ଡିଜିପି ଆଲୋକପାତ କରିଥିଲେ । ତଦନ୍ତ ସମୟରେ ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳର ଉପଯୋଗ, ଅଡିଓ/ଭିଡିଓ ରେକର୍ଡିଂ ଭଳି ପଦକ୍ଷେପ ଗ୍ରହଣ କରି ଦଣ୍ଡ ବିଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସମ୍ପର୍କରେ ଆଇନରେ ଉଲ୍ଲେଖ ରହିଛି । ସେହି ଅନୁଯାୟୀ ,ପ୍ରତି ଥାନାରେ ଦୁଇ ଜଣ ଲେଖାଏଁ ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀ ନିଯୁକ୍ତ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା କନଷ୍ଟେବଳ ଓ ହୋମଗାର୍ଡଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇ ନୂତନ ଭାରତୀୟ ଅପରାଧ ଆଇନ, ବୈଜ୍ଞାନିକ ଜ୍ଞାନକୌଶଳ, ଅପରାଧ ସ୍ଥଳରେ ସେମାନଙ୍କ ଭୂମିକା ସମ୍ପର୍କିତ ୬ ସପ୍ତାହ ତାଲିମ ପ୍ରଦାନ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଜିଲ୍ଲାରୁ 74 ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି। ସେଥିମଧ୍ୟରୁ 60 ଜଣ କନେଷ୍ଟବଳ ଏବଂ 14 ଜଣ ହୋମଗାର୍ଡ ପ୍ରଶିକ୍ଷଣ ନେଉଛନ୍ତି। ଅଭିଜ୍ଞ ଫୋରେନସିକ ବିଶେଷଜ୍ଞ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରାୟୋଗିକ ଓ ବୈଷୟିକ ଜ୍ଞାନ ପ୍ରଦାନ କରିବା ସହ ଅପରାଧ ସ୍ଥାନକୁ ସୁରକ୍ଷିତ ରଖିବା, ତନ୍ନତନ୍ନ କରି ପରୀକ୍ଷା ନିରୀକ୍ଷା କରି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରମାଣ ସଂଗ୍ରହ ସମ୍ପର୍କରେ ତାଲିମ ପ୍ରଦାନ କରିବେ। ଆଗାମୀ ଦିନରେ ଦୋଷୀକୁ ଦଣ୍ଡବିଧାନ କରାଇବାରେ ଏହି ଅଧିକାରୀମାନେ ଅଗ୍ରଣୀ ଭୂମିକା ତୁଲାଇବେ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ। ଏହି ପ୍ରଶିକ୍ଷଣ ଦ୍ଵାରା ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀମାନେ ଫୋରେନସିକ ଜ୍ଞାନ କୌଶଳ, ଡିଜିଟାଲ ପ୍ରମାଣ ସଂଗ୍ରହ ଆଦି କ୍ଷେତ୍ରରେ ଅଧିକ ଦକ୍ଷ ଓ ତତ୍ପର ହେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଆଜିର ଉଦଘାଟନୀ ସମାରୋହରେ ନିର୍ଦେଶକ (ଏସଏଫଏସଏଲ) ଡଃ ସନ୍ତୋଷ ଵାଲା, ଆଇ.ଜି.ପି (ଟ୍ରେନିଂ) (ବିପିଏସପିଏ) ଶ୍ରୀ ଅନୁପ ସାହୁ ଓ ସହରାଞ୍ଚଳ ଟ୍ରାଫିକ ପ୍ରଶିକ୍ଷଣ ସଂସ୍ଥାନ ର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking