32.1 C
Bhubaneswar
Wednesday, September 18, 2024
Homeଓଡିଶାଶ୍ୱଶୁର ଘରେ ଜ୍ୱାଇଁର ଜଘନ୍ୟ କାଣ୍ଡ; ସ୍ତ୍ରୀର ଗଳା କାଟିଲା ସ୍ୱାମୀ

ଶ୍ୱଶୁର ଘରେ ଜ୍ୱାଇଁର ଜଘନ୍ୟ କାଣ୍ଡ; ସ୍ତ୍ରୀର ଗଳା କାଟିଲା ସ୍ୱାମୀ

ଉଦଳା : ସ୍ତ୍ରୀର ଜୀବନ ନେଲା ରାକ୍ଷସ ସ୍ୱାମୀ । ଏମିତି ଜଘନ୍ୟ ଆଉ ଲୋମଟାଙ୍କୁରା ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରୁଥିଲା ସ୍ୱାମୀ । ସ୍ତ୍ରୀର ଅନ୍ୟତ୍ର ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ସ୍ୱାମୀ ଭିଆଇଲା ଏମିତି ନାରକୀୟ କାଣ୍ଡ । ସୂଚନା ଅନୁଯାୟୀ ୫ ବର୍ଷ ପୂର୍ବରୁ ବିରଞ୍ଚି ଓ ପ୍ରଭାତୀଙ୍କର ବିବାହ ହୋଇଥିଲା । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାରୁ ୩ ମାସ ହେବ ବାପ ଘର କପ୍ତିପଦା ଥାନା ଭଙ୍ଗାବନ୍ଧ ଗାଁରେ ରହୁଥିଲେ ସ୍ତ୍ରୀ ପ୍ରଭାତୀ ନାୟକ । ହେଲେ ଆଜି ହଠାତ୍ ଶ୍ୱଶୁର ଘରେ ପହଁଚିଗଲେ ସ୍ୱାମୀ ବିରଞ୍ଚି । ପୂର୍ବରୁ ଯୋଜନା କରି ଆସିଥିବା ବିରଞ୍ଚି ରକ୍ତମୁଖା ହୋଇପଡିଥିଲା ।

ରାଗରେ ପାଚି ଲାଲ ହୋଇଯାଇଥିଲା ବିରଞ୍ଚି । ଶ୍ୱଶୁର ଘରେ ପହଁଚି ସ୍ତ୍ରୀ ପ୍ରଭାତିକୁ ଦେଖି କାଳ ବିଳମ୍ବ ନକରି ସାଭ୍ଗରେ ଆଣିଥିବା ଏକ ମାରଣାସ୍ତ୍ରରେ ସ୍ତ୍ରୀକୁ ଆକ୍ରମଣ କରିଥିଲା । ସ୍ୱାମୀର ଅତର୍କିତ ଆକ୍ରମଣରେ ଗୁରୁତର ହୋଇପଡିଲେ ପ୍ରଭାତୀ । ଗୁରୁତର ଅବସ୍ଥାରେ ପ୍ରଭାତୀଙ୍କୁ ପ୍ରଥମେ କପ୍ତିପଦା ଓ ପରେ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ବିଷୟରେ ଖବର ପାଇ କପ୍ତିପଦା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସ୍ୱାମୀ ବିରଞ୍ଚି ଆକ୍ରମଣ କରି ଫେରାର ଥିବା ସୂଚନା ମିଳିଛି ।

ସତରେ ଏ ସ୍ତ୍ରୀକୁ କେତେ ବାଧୁଥିବ, ଏୟା ଭାବି ଯେ ଯାହା ପାଇଁ ସେ କାଚ ସିନ୍ଦୁର ପିନ୍ଧିଛି, ଆଜି ତାରି ପାଇଁ ମେଡିକାଲରେ କଷ୍ଟ ସହୁଛି । ଥରେ ଭାବନ୍ତୁ ତ କେତେ କଷ୍ଟ ହେଉଥିବ ଏ ସ୍ତ୍ରୀକୁ । ଯଦି ସ୍ୱାମୀ ପାଖରେ ସ୍ତ୍ରୀର ଅବସ୍ଥା ଏମିତି ତାହେଲେ ସ୍ତ୍ରୀ କାହା ପାଖରେ ସୁରକ୍ଷିତ । ଯେତେ ବି ସନ୍ଦେହ ଥାଉ ନା କାହିଁକି ତାର ସମାଧାନର ବାଟ ବାହାର କରିବା ଉଚିତ । କିନ୍ତୁ ତା ନକରି ଆଇନକୁ ଏପରି ହାତକୁ ନେବା ଆଦୌ ବି ଗ୍ରହଣୀୟ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking