23.1 C
Bhubaneswar
Monday, February 23, 2026
Homeଓଡିଶାତେଲକୋଇ ବନାଞ୍ଚଳରେ ଏକୁଟିଆ ବୁଲୁଛି ଅସୁସ୍ଥ ହାତୀ

ତେଲକୋଇ ବନାଞ୍ଚଳରେ ଏକୁଟିଆ ବୁଲୁଛି ଅସୁସ୍ଥ ହାତୀ

କେନ୍ଦୁଝର: କେନ୍ଦୁଝର ତେଲକୋଇ ବନାଞ୍ଚଳରେ ଏକୁଟିଆ ବୁଲୁଛି ଅସୁସ୍ଥ ମାଖନ୍ ହାତୀ । ହାତୀକୁ ପୁନର୍ବାର ଟ୍ରାଙ୍କୁଲାଇଜ୍ କରି ଆଣ୍ଟିବାୟୋଟିକ୍ ଦେଇଛି କେନ୍ଦୁଝର ବନ ବିଭାଗ । ଗତ କିଛି ଦିନ ପୂର୍ବେ ଦନ୍ତାହାତୀଙ୍କ ସହ ମାଡ଼ଗୋଳ ଲାଗିବା କାରଣରୁ ଏହି ମାଖନ୍ ହାତୀ ଆହତ ହୋଇଥିଲା । ହାତୀ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇ ପୂଜ ଜମି ଯାଇଥିଲା । ଗତ ୧୧ ତାରିଖରେ ତେଲକୋଇ ରେଞ୍ଜ ଉଦୟଗିରି ଗାଁ ପାଖ ଏକ ହୁଡ଼ିରେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା ।ଏହାପରେ ହାତୀର ମୁହଁ ଘୋଡ଼ାଇ ତାର ବାମ ଆଗଗୋଡ଼, ଶରୀରର ଅନ୍ୟ ଭାଗରେ ଥିବା କ୍ଷତ ସ୍ଥାନରୁ ପୂଜ ବାହାର କରି ସେସବୁ ସ୍ଥାନକୁ ସଫା କରି ସେଠାରେ ଔଷଧ ପ୍ରୟୋଗ କରାଯାଇଥିଲା । ଏହାପରେ ହାତୀକୁ ଆବଶ୍ୟକୀୟ ଔଷଧ ଦିଆଯାଇ ଜଙ୍ଗଲରେ ଛଡ଼ାଯାଇଥିଲା । ଏସବୁ କାର୍ଯ୍ୟ ଡ଼ାକ୍ତରଙ୍କ ସହ ବନବିଭାଗର ଏକ ୧୦ଜଣିଆ ଟିମ୍ କରିଥିଲେ । ଏହାପରେ ଏହି ଅସୁସ୍ଥ ମାଖନ୍ ହାତୀର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିବା ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking