17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଇସ୍ରାଏଲର ଦକ୍ଷିଣ ରାଜ୍ୟରେ ଶୁଭୁଛି ବିକଳ ଚିତ୍କାର

ଇସ୍ରାଏଲର ଦକ୍ଷିଣ ରାଜ୍ୟରେ ଶୁଭୁଛି ବିକଳ ଚିତ୍କାର

ତେଲ ଅଭିଭ୍‌: ୮ମ ଦିନରେ ପହଞ୍ôଚଛି ଇରାନ-ଇସ୍ରାଏଲ ଯୁଦ୍ଧ। ୮ମ ଦିନରେ ଇରାନ୍ ପୁଣିଥରେ ଇସ୍ରାଏଲ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ କେବଳ କିଛି ଲୋକ ଆହତ ହୋଇଥିବା ଇସ୍ରାଏଲ୍ ପକ୍ଷରୁ କୁହାଯାଇଛି। ତେବେ ଇରାନ୍ ପକ୍ଷରୁ କରାଯାଇଥିବା ଆଜିର ଆକ୍ରମଣ ଯୋଗୁ ଇସ୍ରାଏଲ୍‌ର ଦକ୍ଷିଣ ଭାଗରେ ଥିବା ବେରଶେବା, ହାଇଫା ଅଞ୍ଚଳ ଏବଂ ତେଲ ଅଭିଭ୍ ଏବଂ ଜେରୁସାଲେମରେ ଅନେକ ବିସ୍ଫୋରଣ ଶୁଣାଯାଇଥିବା ଅନେକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ୍ ସେନା କହିଛି ଯେ, ଇରାନ୍ ପକ୍ଷରୁ ବାଲିଷ୍ଟିକ୍ ମିସାଇଲ୍ କ୍ଷେପଣାସ୍ତ୍ର ଚିହ୍ନଟ ହେବା ପରେ ଇସ୍ରାଏଲ୍‌ର କେତେକ ରାଜ୍ୟରେ ଯୁଦ୍ଧ ସାଇରନ୍ ବାଜିଥିଲା, ଯାହାଫଳରେ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ।

ଇସ୍ରାଏଲ୍ ସେନା (ଆଇଡିଏଫ୍‌) ଶୁକ୍ରବାର କହିଛି ଯେ, ଏହା ଗୁରୁବାର ରାତିରେ ଇରାନର ଏକ ପରମାଣୁ ଅସ୍ତ୍ର ପ୍ରକଳ୍ପର ଗବେଷଣା ଏବଂ ବିକାଶ କେନ୍ଦ୍ର ଉପରେ ଆକ୍ରମଣ କରିଛି। ଅନ୍ୟପକ୍ଷେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ କହିଛି ଯେ, ଗୁରୁବାର ଇସ୍ରାଏଲ ଉପରେ ୧୦୦ରୁ ଅଧିକ “ଯୁଦ୍ଧ ଏବଂ ଆତ୍ମଘାତୀ’ ଡ୍ରୋନ୍ ମାଡ଼ କରାଯାଇଥିଲା। ସେହିପରି ଇରାନ୍ ଇସ୍ରାଏଲ୍ ଉପରେ କ୍ଲଷ୍ଟର ବୋମା ଦ୍ୱାରା ମଧ୍ୟ ଆକ୍ରମଣ କରିଥିବା ଦାବି କରିଛି।

ଇସ୍ରାଏଲ୍ ଏବଂ ଆମେରିକା ମିଳିତ ଭାବେ ଇରାନ୍ ଏବଂ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଖାମେନେଇଙ୍କୁ ହତ୍ୟା କରିବାର ଧମକ ଦେବା ପରେ ପରେ ପ୍ରଥମେ ରୁଷ୍ ଏବଂ ପରେ ଉତ୍ତର କୋରିଆ ସାମ୍ନାକୁ ଆସିଛନ୍ତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏବଂ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଆମେରିକାକୁ ଇସ୍ରାଏଲ୍‌କୁ ସାମରିକ ସହଯୋଗ ନକରିବାକୁ ଏବଂ ଖାମେନେଇଙ୍କ ପ୍ରତି କୌଣସି ଆଘାତ ନକରିବାକୁ ଚେତାବନୀ ଦେଇଛନ୍ତି। ଆଉ ଏକ ରିପୋର୍ଟ ଅନୁସାରେ ଇରାନ୍‌ର ଶକ୍ତିଶାଳୀ ମିସାଇଲ୍ ଆକ୍ରମଣକୁ ପ୍ରତିହତ କରିବାରେ ଇସ୍ରାଏଲ୍‌ର ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ଭାବେ ଜଣାଶୁଣା ଆଇରନ୍ ଡୋମ୍ ସମ୍ପୂର୍ଣ୍ଣ ରୂପେ ବିଫଳ ପ୍ରମାଣିତ ହୋଇଛି ଯାହାକି ଇରାନ୍‌ର ଆତ୍ମବଳକୁ ବୃଦ୍ଧି କରିଛି।

ଗତ ୧୩ ତାରିଖରୁ ଇସ୍ରାଏଲ-ଇରାନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଭୟ ଦେଶରୁ ଅନେକ ଲୋକ ପ୍ରାଣ ହରାଇସାରିଲେଣି। କିନ୍ତୁ ଏବେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) କହିଛି ଯେ, ଇରାନ୍ ପରମାଣୁ ଅସ୍ତ୍ର ତିଆରି କରୁଥିବାର କେବଳ ସୂଚନା ମିଳିଛି, ଏହାର କୌଣସି ପ୍ରମାଣ ନାହିଁ। ଆଇଏଇଏ ଏପରି କହିବା ନିଜର ପୂର୍ବ ଦାବିକୁ ଖଣ୍ଡନ କରିବା ଭଳି ହୋଇଛି। ଆଇଏଇଏ ପୂର୍ବରୁ ଦାବି କରିଥିଲା ଯେ, ଇରାନ୍ ଆଣବିକ କାର୍ଯ୍ୟକ୍ରମ ଜରିଆରେ ଅଣୁଅସ୍ତ୍ର ପ୍ରସ୍ତୁତ କରୁଛି। ଆଇଏଇଏ ଏବଂ ଏହାର ମୁଖ୍ୟ ରାଫେଲ ଗ୍ରୋସିଙ୍କ ଏପ୍ରକାର ମନ୍ତବ୍ୟ ଆସିବା ପରେ ପରେ ହିଁ ଇସ୍ରାଏଲ୍‌, ଇରାନ୍ ଉପରେ ଆକ୍ରମଣ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking