25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଅଟୋରେ ଯିବେନି ସ୍କୁଲ ପିଲା

ଅଟୋରେ ଯିବେନି ସ୍କୁଲ ପିଲା

ନୂଆଦିଲ୍ଲୀ : ବିହାର ସରକାର  ସ୍କୁଲ ପିଲାଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି । ଏଣିକି ଆଉ ଅଟୋରେ ଯିବେନି । ଏନେଇ      ପିଲାଙ୍କ ସୁରକ୍ଷାକୁ  ଦୃଷ୍ଟିରେ ରଖି ବିହାର ପରିବହନ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଅଟୋ ଏବଂ ଟୋଟୋରେ ପିଲାଙ୍କୁ ଅସୁରକ୍ଷିତ ଭାବେ ସ୍କୁଲ ନିଆଯାଏ। ଏଥିସହ କ୍ଷମତାରୁ ଅଧିକ ପିଲାଙ୍କୁ ବସାଇ ସ୍କୁଲ ନେଇଥାନ୍ତି ଗାଡ଼ି ଚାଳକ। ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇ ପିଲା ମୃତାହତ ହେବାର ଚିତ୍ର ମଧ୍ୟ ସାମ୍ନାକୁ ଆସେ। ଏଥିପାଇଁ କଟକଣା ନିହାତି ଜରୁରୀ ବୋଲି ବିହାର ପରିବହନ ବିଭାଗ କହିଛି। ଆସନ୍ତା ବର୍ଷ ଏପ୍ରିଲ ମାସରୁ ସାରା ରାଜ୍ୟରେ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking