ଢେଙ୍କାନାଳ : ଘନ କୁହୁଡି ପାଇଁ ଓଲଟିଲା ପରିବା ଗାଡି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜାଡିହ ନିକଟରେ ଓଲଟି ପଡିଛି ଟ୍ରକ। ଘନ କୁହୁଡି ପାଇଁ ଆଜି ସକାଳୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି । କଟକରୁ ବିଭିନ୍ନ ପନିପରିବା ବୋଝେଇ କରି କାମାକ୍ଷାନଗର ସାପ୍ତାହିକ ହାଟକୁ ଆସୁଥିବା ବେଳେ ଓଲଟି ପଡିଛି। ଗାଡ଼ିରେ ଲୋକଙ୍କର କିଛି ହୋଇନଥିବା ବେଳେ ରାସ୍ତାରେ ଗଡୁଛି ପରିବା । ସେପଟେ କୁହୁଡ଼ି ଯୋଗୁଁ ବଢୁଛି ଦୁର୍ଘଟଣା । ବାଲେଶ୍ବର ଜିଲ୍ଲାରେ ବସ୍ତା ଅଞ୍ଚଳରେ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି ।
କଣ୍ଟେନରକୁ ପଛପଟୁ ଧକ୍କା ଦେଇଛି ଆଉ ଏକ କଣ୍ଟେନର । କ୍ୟାବିନରେ ଚାପି ହୋଇ ଡ୍ରାଇଭର ଗୁରୁତର ହୋଇଛନ୍ତି ।