24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶପୁଣି ଥରେ ବିଶ୍ୱବାସୀଙ୍କୁ ଡରାଇଲାଣି ଏକ ନୂଆ ଭାଇରସ ‘ଡିଙ୍ଗା-ଡିଙ୍ଗା’

ପୁଣି ଥରେ ବିଶ୍ୱବାସୀଙ୍କୁ ଡରାଇଲାଣି ଏକ ନୂଆ ଭାଇରସ ‘ଡିଙ୍ଗା-ଡିଙ୍ଗା’

ଉଗାଣ୍ଡା: ପୁଣି ଥରେ ବିଶ୍ୱବାସୀଙ୍କୁ ଡରାଇଲାଣି ଏକ ନୂଆ ଭାଇରସ। ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଏହାର ଅର୍ଥ ହେଉଛି‘ ନୃତ୍ୟ ପରି ଗତି କରିବା ’। ଏହି ରହସ୍ୟମୟ ରୋଗ ମୁଖ୍ୟତ ଉଗାଣ୍ଡାର ବୁଣ୍ଡିବୁଗୁ ଜିଲାର ମହିଳା ଏବଂ ଝିଅମାନଙ୍କୁ ପ୍ରଭାବିତ କରୁଛି। ରିପୋର୍ଟ ଅନୁଯାୟୀ, ଉଗାଣ୍ଡାର ବୁଣ୍ଡିବୁଗୁ ଜିଲାରେ ପ୍ରଥମ ଥର ପାଇଁ ଏକ ଅଜବ ଜୀବାଣୁ ଦେଖାଦେଇଛି।

ଏହି ଅଜବ ରୋଗରେ ଅନେକ ପ୍ରକାର ଲକ୍ଷଣ ଦେଖାଯାଉଛି। ଏହି ଜୀବାଣୁରେ ପୀଡିତ ଲୋକମାନେ ଜୋରରେ ଜ୍ୱର, ଅତ୍ୟଧିକ ଦୁର୍ବଳତା ଅନୁଭବ କରିବା ସହ ପକ୍ଷାଘାତ ବି ପୀଡିତ ହେୁଛନ୍ତି। କୁହାଯାଉଛି ଯେ, ଏହି ରୋଗ ହେଲେ ପୀଡିତଙ୍କ ଚାଲିବା ପ୍ରାୟ ଅସମ୍ଭବ ହୋଇଯାଉଛି। ଏହି ଜୀବାଣୁରେ ପୀଡିତ ଲୋକମାନଙ୍କର ଚାଲିବା ଏବଂ ଠିଆ ହେବାରେ ଅସୁବିଧା ହୁଏ। ଯଦିଓ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନାହାଁନ୍ତି, କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ରୋଗ ଆଫ୍ରିକୀୟ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking