30.1 C
Bhubaneswar
Saturday, February 14, 2026
Homeଓଡିଶାନନ୍ଦନକାନନକୁ ଆସିଲେ ନୂଆ ଅତିଥି

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ନନ୍ଦନକାନନକୁ ଆସିଲେ ନୂଆ ଅତିଥି। କୋଲକାତା ଆଲିପୁର ଚିଡ଼ିଆଖାନାରୁ ଅଣାଯାଇଛି ଗୋଟିଏ ଯୋଡ଼ା ଜିରାଫ୍। ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ଗତକାଲି ରାତିରେ ନନ୍ଦନକାନନରେ ଆସି ପହଞ୍ଚିଛନ୍ତି।

ଆଲିପୁର ଚିଡ଼ିଆଖାନାରୁ ଗତ ୩୧ ତାରିଖ ରାତିରେ ବାହାରିଥିବା ଜିରାଫକୁ ନେଇ ବାହାରିଥିବା ସ୍ୱତନ୍ତ୍ର କଣ୍ଟେନର୍ ୨୫ ଘଣ୍ଟାର ଅପରେସନ୍ ପରେ ନନ୍ଦନକାନନରେ ପହଞ୍ଚିଥିଲା। କୋଲକାତାରୁ ଭୁବନେଶ୍ୱର ଅଣାଯିବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କଡ୍ରନ୍ କରାଯାଇଥିଲା। ଏହି ରୁଟରେ ଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧାର ଜିଲ୍ଲାପାଳ ଓ ଏସପି, ଡିଏଫ୍‌ଓଙ୍କୁ ଟ୍ରାଫିକ କ୍ଲିଏରାନ୍ସ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking