ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ସୁରତର ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନରୁ ଆସିଲେ ଜୀବଜନ୍ତୁ । ୫ଟି ଓଧ, ୨ ଧୂସର ଗଧିଆ , ୧୦ ବିରଳ କଇଁଛ , ୨ ଫିଜାଣ୍ଟ ପକ୍ଷୀ ଆସିଛି । ପ୍ରତିବଦଳରେ ଶ୍ୟାମପ୍ରସାଦ ମୁଖାର୍ଜୀ ଉଦ୍ୟାନକୁ ଦିଆଗଲା ୧୪ ଜୀବଜନ୍ତୁ । ୨ ରୟାଲ ବେଙ୍ଗଲ ଟାଇଗର, ୨ ମାଇ ଗଧିଆ, ୩ ଚାରିଶୃଙ୍ଗୀ କୃଷ୍ଣସାର ମୃଗ । ୫ଟି ବିଲୁଆ, ୨ ବାର୍କିଂ ହରିଣ ପ୍ରଦାନ କଲା ନନ୍ଦନକାନନ । ତେବେ ଆହୁରି ବଡ କଥା ହେଉଛି, ଶୀତ ଦିନ ଥିବାରୁ ବହୁ ଦୂରରୁ ନନ୍ଦନକାନନ ଭ୍ରମଣ ପାଇଁ ଆସୁଛନ୍ତି ପର୍ଯ୍ୟଟକ ।










