ମୟୂରଭଞ୍ଜ: ଅଚାନକ ଭାବେ ବିଲ ଭିତରେ ଜରୁରୀକାଳୀନ ଅବତରଣ କଲା ନୌସେନା ହେଲିକପ୍ଟର । ତେବେ ଭାରତୀୟ ନୌସେନା ଦିବସରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଗାଁ ଅମରଦା ପଞ୍ଚାୟତ ଅମରଦା ଠାରେ ବିଲ ଭିତରେ ନୌସେନା ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିବା ଦେଖିବାକୁ ମିଳିଛି । ତେବେ ବିଲରେ ଚାଷୀମାନେ ଧାନ କାଟୁଥିବା ସମୟରେ ଦେଖିବାକୁ ପାଇଥିଲେ ଏକ ହେଲିକପ୍ଟର ଟି ଅବତରଣ କରିଥିଲା । ଧାନକୁଟା ବିଲରେ ଉଡିବାରୁ ସେଠାରେ ଅବତରଣ କରିନପାରି ଅନ୍ୟ ଏକ ଫାଙ୍କା ବିଲରେ ଅବତରଣ କରିଥିଲା ହେଲିକପ୍ଟର । ଦୀର୍ଘ ୩୦ ମିନିଟ ଧରି ପାଇଲଟ ହେଲିକେପ୍ଟରରୁ ଓହ୍ଲାଇ ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ଥିଲେ । ୪୫ ମିନିଟ ପରେ ପୁଣି ଉଡିବାକୁ ସକ୍ଷମ ହୋଇଥିଲା ନୌସେନା ହେଲିକେପ୍ଟର । ତେବେ ଚାଷ କାମରେ ଲାଗିଥିବା ଲୋକେ ଭୟଭୀତ ଥିବା ପରିଲକ୍ଷିତ ହୋଇଥିଲା। ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୌସେନା ହେଲିକେପ୍ଟର ଦେଖିବାକୁ ଭିଡ଼ ମଧ୍ୟ ଜମିଥିଲା ।