29.1 C
Bhubaneswar
Monday, June 9, 2025
Homeଓଡିଶାରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା

ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା ।  ପରମ୍ପରା ମୁତାବକ ଶୀତଳ ଷଷ୍ଠୀରେ ତିନୋଟି ରଥର ୨୧ଟି ଅଖରେ ୪୨ ଟି ଚକ ଡେରା ହେବ । ଏଥିପାଇଁ ସମସ୍ତ ଚକର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ସେପଟେ ସ୍ନାନ ପୂଣ୍ଣିମା ଦିନ ତିନି ରଥର ଚାରି ନାହାକ  ଡେରା ପରମ୍ପରା ରହିଥିବାରୁ ଜୋରସୋରରେ ଆଗେଇ ଚାଲିଛି ରଥକାର୍ଯ୍ୟ । ଚଉତା, ବିରାଡ଼ି ଓ ମୁହାଁଟର ଚଉପଟ କାର୍ଯ୍ୟ  ମଧ୍ୟ ଜାରି ରହିଛି । ବିଶ୍ବକର୍ମା ସେବାୟତ ମାନେ ଖରା ବର୍ଷାକୁ ଖାତିର ନକରି କାମ ଜାରି ରଖିଛନ୍ତି  ।  ଅକ୍ଷୟ ତୃତୀୟା ଠାରୁ ରଥକାଠ ଅନୁକୁଳ ପରେ ଚନ୍ଦନ ଯାତ୍ରାର ଭଉଁରୀ ଦିନ ଅଖ ଚକ ଡେରା ହୋଇଥିଲା  ।  ପରମ୍ପରା ମୁତାବକ ଶୀତଳ ଷଷ୍ଠୀରେ ନନ୍ଦିଘୋଷ ରଥର ୧୬ ଚକ, ଦର୍ପଦଳନର ୧୨ଟି ଚକ ଓ ତାଳଧ୍ବଜ ରଥର ୧୪ଚକ ଡେରା ହେବ । ଏଥିପାଇଁ ଜୋରସୋରରେ ଆଗେଇ ଚାଲିଛି କାମ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking