21.1 C
Bhubaneswar
Saturday, February 7, 2026
Homeଓଡିଶା୩ ଝିଅଙ୍କ ସହ ମାଆର ଆତ୍ମାହୁତି ଉଦ୍ୟମ

୩ ଝିଅଙ୍କ ସହ ମାଆର ଆତ୍ମାହୁତି ଉଦ୍ୟମ

କଟକ: କଟକ ଜିଲ୍ଲାନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ଗ୍ରାମରୁ ସାମ୍ନାକୁ ଆସିଛି ଏକ ଆତ୍ମାହୁତି ଉଦ୍ୟମ ଘଟଣା। ୩ ଝିଅଙ୍କ ସହ ଜଣେ ମା’ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ୩ ଝିଅଙ୍କ ସହ କିରୋସିନି ଢାଳି ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁକରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରି ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ଗ୍ରାମର ଝରଣା ମଲିକ (୨୮) ନିଜ ୩ ଝିଅଙ୍କୁ ନେଇ ମାମାଶ୍ରୀ ନାମକ ଜଣେ ମହିଳାଙ୍କ ଘର ସମ୍ମୁଖରେ କିରୋସିନି ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁ କରି ନେଇ ପୋଲସକୁ ହସ୍ତାନ୍ତର କରିଥିଲେ। ପୋଲିସ ଦୁଇ ପରିବାରକୁ ଥାନାକୁ ଉଠାଇ ଆଣି ତଦନ୍ତ ଜାରି ରଖିଛି। ଉଭୟ ମହିଳାଙ୍କ ସ୍ବାମୀ ବାହାରେ କାମ କରନ୍ତି। ପରକୀୟା ପ୍ରୀତି ପାଇଁ ଏଭଳି ଆତ୍ମାହୁତି ଉଦ୍ୟମ ହୋଇଥିବା ଅଞ୍ଚଳରେ ଜୋର୍‌ ଚର୍ଚ୍ଚା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking