20.1 C
Bhubaneswar
Sunday, February 15, 2026
Homeଓଡିଶାମାଆ କୋଳ ଖୋଜୁଛି ଦୁଇ ବର୍ଷର ଶିଶୁ ହେଲେ ନିରୁଦ୍ଧିଷ୍ଟ ମାଆ

ମାଆ କୋଳ ଖୋଜୁଛି ଦୁଇ ବର୍ଷର ଶିଶୁ ହେଲେ ନିରୁଦ୍ଧିଷ୍ଟ ମାଆ

ମୟୁରଭଞ୍ଜ: ସ୍ନେହପ୍ରେମ, ଶ୍ରଦ୍ଧା, ଆଶାଭରସା ଓ ବିଶ୍ଵାସର ଜୀବନ୍ତ ପ୍ରତିମା ମାଆ। ଶଦ୍ଦଟି ଛୋଟ କିନ୍ତୁ ବ୍ୟାପକ । ତେଣୁ ତୋ କୁହାଯାଇଛି ମାଆ ନାହିଁ ଯାହାର ସାହା ନାହିଁ କେହି ତାର । ହେଲେ ନିଜର ଜନ୍ମ କଲା ପିଲାଙ୍କୁ ଛାଡ଼ି ଦୀର୍ଘ ସମୟ ହେବ ନିରୁଦ୍ଦିଷ୍ଟ ହୋଇଯାଇଛି ମାଆ। ଏପଟେ ଦୁଇ ବର୍ଷର ଶିଶୁକନ୍ୟା ମାଆକୁ ଖୋଜୁଛି ଆଉ ବିକଳ ହୋଇ କାନ୍ଦୁଛି । ପର ହେଲେବି ବାସ୍ତବତାକୁ ଦେଖିଲେ ଆଖିରେ ଲୁହ ଜକେଇ ଆସିବ । କିନ୍ତୁ ନିର୍ଦ୍ଦୟ ହୋଇଛି ମାଆ ଆଉ ତାର ହୃଦୟ । ଅନ୍ତଫାଡ଼ି ଜନ୍ମ କରିଥିବା ପିଲାଙ୍କ କଥା ମନେ ପଡୁନି । ହେଲେ ରାହା ଧରି କାନ୍ଦୁଛି ଖୋଜୁଛି ଆଉ ଥଙ୍ଗେଇ ଥାଙ୍ଗେଇ କହୁଛି ତୁ ଫେରିଆ ମୋତେ ତୋ କୋଳକୁନେଇ ଗେହ୍ଲ କର । ହେଲେ ପାଷାଣ ପାଲଟିଯାଇଛି ମାଆର ହୃଦୟ । ତେବେ ନିରୁଦ୍ଦିଷ୍ଟ ମହିଳା ଜଣକ ଏବେ କୋଉଠି ? ତାକୁ କେହି ଅଟକାଇ ରଖିନାହିଁ ତୋ । ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଘଟଣାକୁ ଗୁରୁତ୍ବ ଦେଇ ପୋଲିସ ପକ୍ଷରୁ ତତ୍ପରତା ବୃଦ୍ଧି ସହ ତନାଘନା ଯୋରଦାର କରିବାର ଆବଶ୍ୟକତା ଥିଲେ ମଧ୍ୟ ଶିଥିଳ ପୋଲିସ ବୋଲି ଅଭିଯୋଗ ହେଉଛି। ତେବେ

ଏଭଳି ଏକ ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଘାଗରବେଡ଼ା ଥାନା ପଗୁ ଗ୍ରାମରୁ । ସ୍ଥାନୀୟ ବାସିନ୍ଦା କୀର୍ତ୍ତନ ଗିରିଙ୍କ ଧର୍ମପତ୍ନୀ ଜ୍ୟୋତିଶ୍ରୀ ଗିରି ଦେଢ଼ମାସ ହେଲା ପରିବାର ଛାଡ଼ି କୁଆଡେ ଚାଲି ଯାଇଛନ୍ତି l ଏନେଇ ସ୍ବାମୀ କୀର୍ତ୍ତନ ଗିରି ଘାଗରବେଡା ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ମୁତାବକ ୧/୨୦୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ପୋଲିସ ଥାନା ମାନଙ୍କୁ ମହିଳାଙ୍କ ନିଖୋଜ ହୋଇଥିବା ସୂଚନା ଘାଗରବେଡ଼ା ଥାନା ପକ୍ଷରୁ ଦିଆ ଯାଇଛି l

ତାଭିତରେ ଦେଢ଼ମାସ ହେଲା ପୋଲିସ ନା ପରିବାର ଲୋକ ନା ଜ୍ଞାତି କୁଟୁମ୍ବ କାହା ପାଖରେ କିଛି ଖବର ନାହିଁ l ଜ୍ୟୋତିଶ୍ରୀ ଏବଂ କୀର୍ତ୍ତନ ସାତବର୍ଷ ପୂର୍ବରୁ ବୈଦିକ ରୀତିରେ ବିବାହ କରିଥିଲେ l ତାଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି l କିନ୍ତୁ ବାତ୍ସଲ୍ୟ ମମତା ବି ଟାଣି ଆଣି ପାରୁନି ଜ୍ୟୋତିଶ୍ରୀଙ୍କୁ l ତେବେ ଜ୍ୟୋତିଶ୍ରୀଙ୍କ ସ୍ବାମୀ କହନ୍ତି ଦୁହିଁଙ୍କ ମଧ୍ୟରେ ଦିନ ବେଳେ ବଚସା ହୋଇଥିଲା ଏବଂ ସଂଧ୍ୟା ବେଳେ ଘରୁ ବାହାରି ପଳାଇଲେ ଜ୍ୟୋତିଶ୍ରୀ l ଏପଟେ ସବୁଠୁ ସାନଝିଅ ଦୁଇ ବର୍ଷର। ମାଆକୁ ପାଖରେ ନ ପାଇ ସବୁ ଖୁସି ସତେ ଯେମିତି ମିଳେଇ ଯାଉଛି l ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ ତତ୍ପରତା ଦେଖାଇଲେ କିଛି ସୁଫଳ ମିଳିବାର ସମ୍ଭାବନା କରୁଛି । ତେବେ ଆଗକୁ ଘଟଣା କି ମୋଡ ନେଉଛି ଦେଖିବାକୁ ବାକି ରହିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking