24.1 C
Bhubaneswar
Friday, February 6, 2026
Homeଓଡିଶାଏହି ରହସ୍ୟମୟ ମନ୍ଦିରରେ ଭୁଲ କଲେ ଯାଇ ପାରେ ଜୀବନ !

ଏହି ରହସ୍ୟମୟ ମନ୍ଦିରରେ ଭୁଲ କଲେ ଯାଇ ପାରେ ଜୀବନ !

କୋରାପୁଟ: କୋରାପୁଟ ଜିଲ୍ଲା ରେ ରହିଛି ସେହିଭଳି ଅନେକ ମନ୍ଦିର ସେହି ମଧ୍ୟ ରୁ ଗୋଟିଏ ହେଲା ଦାମନଯୋଡି ଠାରେ ରହିଥିବା ମା କଣ୍ଟା ବାଉସୁନି ମନ୍ଦିର। କଣ୍ଟା ବାଉଁଶ ଜଙ୍ଗଲ ମଧ୍ୟ ରେ ଥିବା ଏହି ପବିତ୍ର ମନ୍ଦିର ରୁ ଗୋଟିଏ ବାଉଁଶ ଭାଙ୍ଗିବା ମଧ୍ୟ ଅନିବାର୍ଯ୍ୟ  ଅଟେ ,ଯଦି ଆପଣ ଏଭଳି କରନ୍ତି ତେବେ ହୋଇପାରେ ଅଶୁଭ କିମ୍ବା ଚାଲି ଯାଇ ପାରେ ଆପଣଙ୍କ ଜୀବନ । ମନ୍ଦିର କୁ ଯିବା ପାଇଁ ସମସ୍ତ ପ୍ରକାର ପକ୍କା ରାସ୍ତା ରହିଅଛି ,ଆପଣ ବର୍ଷ ର ସମସ୍ତ ଋତୁ ସମୟ ରେ ଏଠାକୁ ଆସି ପାରିବେ । ମନ୍ଦିର ପରିସର ରେ ହିଁ ଗାଡ଼ି ଗୁଡ଼ିକୁ ପାର୍କ କରାଯାଇଥାଏ ଏବଂ ଏଠାରେ ପାର୍କିଂ ପାଇଁ କୌଣସି ପ୍ରକାର ଟିକେଟ କାଟି ବାକୁ ପଡ଼େ ନାହିଁ।

ଏହି ମନ୍ଦିର ରେ ଭକ୍ତ ମାନେ ବିଭିନ୍ନ ସମୟ ରେ ମାନସିକ ରଖି ଥାଆନ୍ତି ଏବଂ ମାନସିକ ପୂରଣ ହେଲେ ନିଜ ସାମର୍ଥ୍ୟ ହିସାବ ରେ ମା ଙ୍କୁ ଭେଣ୍ଟ ମଧ୍ୟ ଦେଇଥାନ୍ତି । ଭକ୍ତ ମାନେ ମାନସିକ ପୂରଣ ହେବା ପରେ ମା ଙ୍କୁ ଶାଢ଼ୀ, ଘଣ୍ଟି,କୁକୁଡ଼ା ଓ ଛେଳି ମଧ୍ୟ ଭେଣ୍ଟ ଦେଇ ଥାନ୍ତି । ନିଜ ଛୋଟ ପୁଅ କିମ୍ବା ଝିଅ କୁ ମଧ୍ୟ ଭକ୍ତ ମାନେ ଏଠାକୁ ଆଣି ମୁଣ୍ଡନ କରିଥାନ୍ତି । ଆଜି ମଧ୍ୟ ମା ଏଠାରେ ଖୋଲା ଆକାଶ ତଳେ ପୂଜା ପାଉଛନ୍ତି ,ଯେହେତୁ ମା ବାଉଁଶ ର ରାଣୀ ଅଟନ୍ତି ତେଣୁ ମା ଙ୍କୁ କୋଠରି ମଧ୍ୟ ରେ ଆବଦ୍ଧ କରାଯାଇ ପାରିବ ନାହିଁ । ଏଠାରେ ଥିବା ସମସ୍ତ ବାଉଁଶ ମା ଙ୍କ ଏକ ଅଙ୍ଗ ଅଟେ ତେଣୁ ଏଠାରେ ବାଉଁଶ କୁ ଭାଙ୍ଗିବା ପାଇଁ ମନା କରା ଯାଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking