22.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶମାଆ ସାମନାରେ ପୁଅକୁ ମାରିଦେଲା ଦୁର୍ବୃତ୍ତ

ମାଆ ସାମନାରେ ପୁଅକୁ ମାରିଦେଲା ଦୁର୍ବୃତ୍ତ

ମଧ୍ୟପ୍ରଦେଶ: ମାଆ ସାମନାରେ ପୁଅକୁ ମାରିଦେଲା ଦୁର୍ବୃତ୍ତ । ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଚିକେନ କିଣିବାକୁ ନେଇ ହୋଇଥିବା ବିବାଦ ଏକ ଦୁଃଖଦ ଘଟଣାରେ ପରିଣତ ହୋଇଛି । ଜଣେ ୩୨ ବର୍ଷୀୟ ଯୁବକଙ୍କୁ କାର ଚଢ଼ାଇ ହତ୍ୟା କରାଯାଇଛି। ଗତକାଲି ସନ୍ଧ୍ୟାରେ ଦାମୋହ ଜିଲ୍ଲାର ଅଜମେରୀ ଗାର୍ଡେନ ନିକଟରେ ଘଟିଛି। ମତ୍ୟୁବରଣ କରିଥିବା ରାକେଶ ରାୟକୱାର ଏକ ଚିକେନ ଦୋକାନ ନିକଟରେ ଦୁଇଜଣଙ୍କର ବଚସା ହୋଇଥିଲା । ତା ପରେ ରାକେଶ ମାଆଙ୍କ ସହ ଚାଲି ଚାଲି ଘରକୁ ଯାଉଥିଲେ । ମାଆପୁଅ ଚାଲି ଚାଲି ଯିବା ବେଳେ ଅଭିଯୁକ୍ତ ଆକିଲ୍ ଏକ କାରରେ ଆସି ପ୍ରଥମେ ରାକେଶଙ୍କୁ ଧକ୍କା ଦେଇଥିଲା । ରାକେଶ ତଳେ ପଡିଯିବା ପରେ ପ୍ରଥମେ ଆଗ ଚକ ଓ ପରେ ପଛ ଚକ ଚଢ଼ାଇ ଦେଇଥିଲା ।

ରାକେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ରାକେଶଙ୍କ ମାଆଙ୍କ ସାମ୍ନାରେ ହିଁ ଘଟିଥିଲା । ଦାମୋହ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଆକିଲଙ୍କୁ ଗିରଫ କରିଥିଲା। ଘଟଣାରେ ବ୍ୟବହୃତ କାରକୁ ମଧ୍ୟ ଜବତ କରାଯାଇଛି। ପୋଲିସ ଏହି ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । କାରଣ ଏକ ଛୋଟ ବିବାଦ ଏପରି ଦୁଃଖଦ ପରିଣାମରେ ଶେଷ ହେବ ବୋଲି କେହି ଆଶା କରି ନଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking