21.1 C
Bhubaneswar
Wednesday, February 11, 2026
Homeଓଡିଶାବଜ୍ରାଘାତରେ ଚାଲିଗଲା ନାବାଳିକାର ଜୀବନ

ବଜ୍ରାଘାତରେ ଚାଲିଗଲା ନାବାଳିକାର ଜୀବନ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ସ୍ଥିତ ଇସ୍କାବନ୍ଧ ଗ୍ରାମରେ ଗତକାଲି ବୁଜୁଳି ଘଡଘଡିରେ ଜଣେ ଆଠ ବର୍ଷର ନାବଳିକାର ଜୀବନ ଯାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଗାଁ ପାଖ ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିବା ବେଳେ ହଠାତ ପ୍ରବଳ ବର୍ଷା ସହ ବିଜୁଳି ଘଡ ଘଡି ମାରିଥିଲା ଫଳରେ ଜଙ୍ଗଲରୁ ଗାଁକୁ ଦୁଇ ଜଣ ଝିଅ ଘରକୁ ଫେରିବା ବେଳେ ରାସ୍ତାରେ ସେମାନଙ୍କ ଉପରେ ବିଜୁଳି ମାରିଥିଲା।

ଘଟଣା ସ୍ଥଳରେ ହିଁ ଜଣେ ଝିଅର ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟଜଣେ ଝିଅ ଗୁରୁତର ହୋଇ ପଡ଼ିଥିଲେ । ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଜନବାଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ। ଗୁରୁତର ହୋଇପଡ଼ିଥିବା ଝିଅକୁ ଅଧିକ ଚିକିତ୍ସା ନିମିନ୍ତେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା। ମୃତ ଝିଅର ନାମ ସରୋଜା ଦୁରୀ ଓ ଗୁରୁତର ଝିଅର ନାମ ଛିନ୍ନମା କୋଲେମୁ ବୋଲି ଜଣା ପଡ଼ିଛି। ଉଭୟଙ୍କ ବୟସ ୮ ରୁ ୧୦ବର୍ଷ ହବ ବୋଲି ଜଣା ପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking