ପୁରୀ: ପୁରୀ ବଡଦାଣ୍ଡରେ ଅଭାବନୀୟ ଘଟଣା । ପୁରୀକୁ ଆସିଥିବା ଏକ ବଙ୍ଗୀୟ ପରିବାର ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଜଣେ ଯୁବକ ନାବାଳିକାକୁ ଅସଦାଚରଣ କରି ଖସି ପଳାଉଥିବା ବେଳେ ସ୍ଥାନୀୟ ଲୋକେ ଏବଂ କାଯ୍ୟରତ ହୋମଗାର୍ଡ ଅଭିଯୁକ୍ତକୁ କାବୁ କରିଛନ୍ତି । ପରେ ଅଭିଯୁକ୍ତକୁ ସିଂହଦ୍ୱାର ଥାନାକୁ ନିଆଯାଉଛି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୁରୀ ସିଂହଦ୍ୱାରରେ ଅଭିଯୁକ୍ତକୁ ଅଟକ ରଖାଯାଇଛି । ଅଭିଯୁକ୍ତକୁ ସିଂହଦ୍ୱାର ପୁଲିସ ପଚରାଉଚରା କରିଛି ।