20.1 C
Bhubaneswar
Sunday, February 15, 2026
Homeଓଡିଶାବନ୍ଧାହେଲେ କୋଟିପତି ଯୁଗ୍ମ କମିଶନର

ବନ୍ଧାହେଲେ କୋଟିପତି ଯୁଗ୍ମ କମିଶନର

କଟକ : କଟକର ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବାନ୍ଧିଛି । ଚଢାଉ ବେଳେ ସାମ୍ନାକୁ ଆସିଛି ପ୍ରଦୀପଙ୍କ ଅମାପ ସମ୍ପତ୍ତି ।  ଘରୁ ଜବତ ହୋଇଥିଲା ୨.୧ କିଲୋ ସୁନା । ୧୭ ଲକ୍ଷ ୫୫ ହଜାର ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ଥିବା କୋଠା ଓ ଫ୍ଲାଟ ଠାବ କରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ , ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ STA ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଥିଲା। ପ୍ରଦୀପ ମହାନ୍ତିଙ୍କ ଘର ସହ ଭୁବନେଶ୍ୱର, କଟକ, ପୁରୀ ଓ ନୟାଗଡ଼ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମା ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରିଥିଲା।୨ଜଣ ଆଡସିନାଲ ଏସପି, ୧୩ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୨୫ ଜଣ ଏସ୍‌ଆଇଆଇ ସମେତ ଅନ୍ୟ ଭିଜିଲାନ୍ସ ଅଧିକାରୀ ଏହି ଚଢ଼ାଉରେ ସାମିଲ ଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking