28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବିବାହିତା ପ୍ରେମିକାର ଗର୍ଭନଷ୍ଟ ସମୟରେ ହେଲା ମୃତ୍ୟୁ, ନଦୀରେ ଫିଙ୍ଗି ଦେଲା ପ୍ରେମିକ

ବିବାହିତା ପ୍ରେମିକାର ଗର୍ଭନଷ୍ଟ ସମୟରେ ହେଲା ମୃତ୍ୟୁ, ନଦୀରେ ଫିଙ୍ଗି ଦେଲା ପ୍ରେମିକ

ନୂଆଦିଲ୍ଲୀ: ପୁଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାର ମୃତଦେହ ସହିତ ଦୁଇପିଲାଙ୍କୁ ନଦୀରେ ଫିଙ୍ଗି ହତ୍ୟା କରିଛନ୍ତି । ମୃତ ମହିଳା ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଦୁଇପିଲାଙ୍କୁ ନେଇ ଅଭିଯୁକ୍ତ ଗଜେନ୍ଦ୍ର ଦାଗଦଖେରେଙ୍କ ସହିତ ରହୁଥିଲେ । ଗଜେନ୍ଦ୍ର ହେଉଛନ୍ତି ଏହି ବିବାହିତା ମହିଳାଙ୍କ ପ୍ରେମିକ । ତେବେ କିଛିଦିନ ତଳେ ମହିଳା ଅନ୍ତସ୍ତତ୍ତ୍ୱା ଥିବା ଜାଣିବାକୁ ପାଇଥିଲେ । ଏକଥା ଗଜେନ୍ଦ୍ର ଜାଣିବା ପରେ ଗର୍ଭନଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ସେ ନିଜର ବିବାହିତ ଗର୍ଭବତୀ ପ୍ରେମିକାଙ୍କୁ ଧରି ହସ୍ପିଟାଲ ଯାଇଥିଲେ । ହସ୍ପିଟାଲରେ ଗର୍ଭନଷ୍ଟ ସମୟରେ ଡାକ୍ତରଙ୍କ ଅବହେଳା ହେତୁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା ।

ଏହାପରେ ଗଜେନ୍ଦ୍ର ତାଙ୍କର ଜଣେ ସାଙ୍ଗ ରବିକାନ୍ତଙ୍କ ସହ ମିଶି ପ୍ରେମିକାଙ୍କ ମୃତଦେହକୁ ହସ୍ପିଟାଲରୁ ଆଣି ଇନ୍ଦ୍ରାୟନି ନଦୀରେ ଫିଙ୍ଗି ଦେଇଥିଲେ । ମା’କୁ ନଦୀକୁ ଫିଙ୍ଗୁ ଥିବା ଦେଖି ମହିଳାଙ୍କ ଦୁଇପିଲା କାନ୍ଦିବାକୁ ଲାଗିଥିଲେ । ରାଗରେ ଗଜେନ୍ଦ୍ର ବିବାହିତ ପ୍ରେମିକାଙ୍କ ଦୁଇ ସନ୍ତାନଙ୍କୁ ବି ଉକ୍ତ ନଦୀକୁ ଠେଲି ଦେଇଥିଲେ । ମହିଳାଙ୍କ ପରିବାର ଅନେକ ଦିନ ହେବ ଯୋଗାଯୋଗ କରିବାକୁ ଚେଷ୍ଟା କରି ଅସଫଳ ହେବାପରେ ସେମାନେ ପୁଲିସରେ ଝିଅ ନିଖୋଜ ନେଇ ଖବର ଦେଇଥିଲେ । ପୁଲିସ ମହିଳାଙ୍କ ପରିବାର?ଲୋକଙ୍କ ଅଭିଯୋଗ କ୍ରମେ ଯାଞ୍ଚ ଆରମ୍ଭ କରି ଗଜେନ୍ଦ୍ରଙ୍କୁ ଧରି ଘଟଣା ବିଷୟରେ ସମସ୍ତ ବିବରଣୀ ଏକାଠି କରିବା ପରେ ଅଭିଯୁକ୍ତ ଗଜେନ୍ଦ୍ର ଓ ତାର ସାଥୀ ରବିକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking