25.1 C
Bhubaneswar
Saturday, December 6, 2025
Homeଓଡିଶାଷ୍ଟେସନ ମାଷ୍ଟରଙ୍କ ପାଇଁ ଟଳିଗଲା ବଡ଼ ଦୁର୍ଘଟଣା

ଷ୍ଟେସନ ମାଷ୍ଟରଙ୍କ ପାଇଁ ଟଳିଗଲା ବଡ଼ ଦୁର୍ଘଟଣା

ବାଲେଶ୍ୱର: ଷ୍ଟେସନ ମାଷ୍ଟରଙ୍କ ପାଇଁ ଟଳିଗଲା ବଡ଼ ଦୁର୍ଘଟଣା । ଘଟଣାକୁ ନେଇ ଦାୟିତ୍ବହୀନ ଦୁଇ ଲୋକୋ ପାଇଲଟ ଅଟକ । ମାର୍କୋଣା ରେଳ ଷ୍ଟେସନରୁ ରବିବାର ସନ୍ଧ୍ୟାରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏହି ରେଲୱେ ଷ୍ଟେସନ । ହାୱଡ଼ାରୁ ପୁରୀ ଅଭିମୁଖେ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ୍‌ଟି ସୋର ରେଳ ଷ୍ଟେସନ ଅତିକ୍ରମ କରିବା ପରେ ମାର୍କୋଣା ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମରେ ଦେଇ ଯିବାକୁ ଥିଲା । ମାତ୍ର ଷ୍ଟେସନ ମାଷ୍ଟର ସିଗ୍‌ନାଲ୍‌ ଦେବା ପୁର୍ବରୁ ଲୋକ ପାଇଲଟ୍‌ ଦ୍ରୁତ ଗତିରେ ଥିବା ଟ୍ରେନକୁ ଷ୍ଟେସନ ଭିତରକୁ ଭର୍ତ୍ତି କରିଥିଲେ । ତେବେ ତୁରନ୍ତ ଷ୍ଟେସନ ମାଷ୍ଟର ଟ୍ରେନ୍‌କୁ ଅଟକାଇବାରୁ ଏକ ବଡ଼ ଧରଣର ଅଘଟଣକୁ ରୋକାଯାଇଥିଲା । ଏହି ଘଟଣାରେ ଦୁଇ ଲୋକୋ ପାଇଲଟଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking