ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୁତ ହେବା ସମ୍ଭାବନା ରହିଛି । ଘନୀଭୂତ ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରୂପ ନେବା ଆଶଙ୍କା ରହିଛି । ଲଘୁଚାପଟି ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିପାରେ । ଉତ୍ତର ଓଡିଶା ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ବାତ୍ୟା ୱିଫାର ଅବଶିଷ୍ଟାଂଶ ପ୍ରବେଶ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛନ୍ତି ।










