17.1 C
Bhubaneswar
Tuesday, November 26, 2024
Homeଓଡିଶା୨୨ ଛୁଆ ଜନ୍ମ କଲା ଲାଉଡଙ୍କିଆ ସାପ

୨୨ ଛୁଆ ଜନ୍ମ କଲା ଲାଉଡଙ୍କିଆ ସାପ

ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର ରୋଡ ରେ ଡାକବଙ୍ଗଳା ଛକରେ ଥିବା ରେଲୱେ କଲୋନୀ ରେ ଥିବା ଏକ ସଜନା ଗଛରେ ଏକ ଲାଉଡଙ୍କିଆ ସାପ ଚଢ଼ି ଥିଲା । ସ୍ଥାନୀୟ ଲୋକେ ସାପ କୁ ଦେଖି ଉଦ୍ଧାର କରିବା ପାଇଁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ଡାକିଥିଲେ । ମଣିଭଦ୍ର ଘଟଣା ସ୍ଥଳରେ ପହଞ୍ଚି ସାପ ଟିକୁ ଗଛରୁ ଉଦ୍ଧାର କରି ବ୍ୟାଗ୍ ରେ ଭର୍ତ୍ତି କଲା ବେଳେ ସେ ଏକ ଛୁଆ କୁ ଜନ୍ମ ଦେଇଥିଲା । ଆଶ୍ଚର୍ଯ୍ୟ ହୋଇ ମଣିଭଦ୍ର ସାପ ଟିକୁ ପାଖରେ ଥିବା ଏକ ଫୁଲ କୁଣ୍ଡରେ ଥିବା ଗଛରେ ଛାଡ଼ି ଦେଲେ । ସାପଟି ଗୋଟିଏ ପରେ ଗୋଟିଏ ଛୁଆ ଜନ୍ମ କରିବାରେ ଲାଗିଥିଲା । ମଣିଭଦ୍ର ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଙ୍କୁ ଭିଡିଓ କଲ କରି ଘଟଣା ବିଷୟରେ ଅବଗତ କରି ପରାମର୍ଶ ମାଗିଥିଲେ । ଶୁଭେନ୍ଦୁ ତାଙ୍କୁ ସାପଟି ସବୁ ଛୁଆ ଜନ୍ମ କରିବା ପର୍ଯ୍ୟନ୍ତ ସେଇ ସ୍ଥାନରେ ଅପେକ୍ଷା କରିବା ପାଇଁ କହିଥିଲେ । ମଣିଭଦ୍ର ସେଇ ସ୍ଥାନରେ ଏକ ଚଉକି ପକେଇ ସାପ ଛୁଆ ଜନ୍ମ କରିବାର ଫୋଟୋ ଏବଂ ଭିଡ଼ିଓ ସୁଟିଂ କରିବା ସହିତ ସବୁ ଛୁଆ ଜନ୍ମ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲେ । ଲୋକ ମାନଙ୍କୁ ସାପ ପାଖକୁ ଛଡ଼ା ଗଲା ନାହିଁ । ମଣିଭଦ୍ର ଙ୍କୁ ସହାୟତା କରିବା ପାଇଁ ସ୍ନେକ୍ ହେଲ୍ପ ଲାଇନର ସଂଯୋଜକ ମାନସ ରଞ୍ଜନ ମହାନ୍ତି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଲେ । ପ୍ରାୟ ଦେଢ଼ ଘଣ୍ଟା ପରେ ସାପ 22 ଛୁଆ ଜନ୍ମ କରିବା ପରେ ତାର ପେଟ ରେ ଆଉ ଫୁଲା ନଥିବା ଦେଖିବାକୁ ପାଇଥିଲେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ମାନେ । ଏହା ପରେ ସାପଟିକୁ ଉଦ୍ଧାର କରା ଯାଇଥିଲା । ମାଆ ସାପ ଲମ୍ବ 5 ଫୁଟ 2 ଇଞ୍ଚ ହୋଇଥିବା ବେଳେ ଛୁଆ ମାନଙ୍କର ହାରାହାରି ଲମ୍ଭ 7 ଇଞ୍ଚ ହୋଇଥିଲା ବୋଲି ମାନସ ପ୍ରକାଶ କରିଛନ୍ତି । ତେବେ, 22 ଛୁଆ ଙ୍କ ଭିତରୁ 6 ଟି ଛୁଆ ଅଜଣା କାରଣରୁ ଘଟଣା ସ୍ଥଳରେ ମରି ଯାଇଥିଲେ । ବାକି 16 ଟି ସୁସ୍ଥ ଛୁଆ ଏବଂ ମାଆ ଲାଉଡଙ୍କିଆ ସାପକୁ ଏକତ୍ର ନିକଟରେ ଥିବା ବରାଙ୍ଗ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ମଣିଭଦ୍ର କହିଛନ୍ତି “ମୋ ଜୀବନ ରେ ସାପ ଜନ୍ମ କରିବା ଦେଖିବା ଘଟଣା ପ୍ରଥମ । ମୁଁ ଆଶା କରିବି ବରାଙ୍ଗ ଜଙ୍ଗଲରେ 16 ଟି ଛୁଆ ଏବଂ ମାଆ ଆରାମରେ ବଞ୍ଚି ରହିବେ” ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking