ଭୁବନେଶ୍ୱର: ରାଜ୍ୟସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଡ ବୟାନ ଦେଇ କହିଛନ୍ତି, କେତେବେଳେ କଣ ଗେମ ହେବ କିଛି ହେବ ନାହିଁଁ । ଅପେକ୍ଷା କରନ୍ତୁ, ରାଜନୀତିରେ କିଛି ଅସମ୍ଭବ ନୁହେଁ । କେତେବେଳେ କଣ ହେବ କିଏ କହିବ, ସବୁ ଆଡକୁ ଧ୍ୟାନ ଦେଇଛୁ । କେଉଁଠି କିଏ ବକ୍ତବ୍ୟ ଦେଲେ ନଜର ରଖିଛୁ । ଯେଉଁଠି କିଏ ଭୋଜିଭାତ କରି ମେଳି କଲେ, ତା ଉପରେ ବି ନଜର ରଖାଯାଇଛି । ବହୁତ କିଛି ସମୀକରଣ ୨୦୨୬ ମସିହାରେ ହେବାକୁ ଯାଉଛି ।










