26.1 C
Bhubaneswar
Monday, September 23, 2024
Homeଦେଶ ବିଦେଶବିମାନ ଖାଦ୍ୟରୁ ବାହାରିଲା ଜିଅନ୍ତା ମୂଷା

ବିମାନ ଖାଦ୍ୟରୁ ବାହାରିଲା ଜିଅନ୍ତା ମୂଷା

କୋପେନ୍‌ହାଗନ୍‌: ଗତ କିଛି ବର୍ଷ ମଧ୍ୟରେ ଜାତୀୟ ଅନ୍ତର୍ଜାତୀୟସ୍ତରରେ ବିମାନ ସେବା ଯୋଗାଉଥିବା ବେସାମରିକ ବିମାନ ଚଳାଚଳ କମ୍ପାନୀଙ୍କ ବିରୋଧରେ ଯାତ୍ରୀଙ୍କ ଅଭିଯୋଗ ବଢ଼ିବାରେ ଲାଗିଛି । ମୁଖ୍ୟତଃ ବିମାନରେ ଦିଆଯାଉଥିବା ଖାଦ୍ୟର ଗୁୂଣାତ୍ମକ ମାନ ଅତ୍ୟନ୍ତ ନିକୃଷ୍ଟ ସ୍ତରର ରହୁଥିବା ନେଇ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ତେବେ ଡେନମାର୍କର କୋପେନହାଗନରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଜଣେ ଯାତ୍ରୀଙ୍କୁ ବିମାନ ପରିଚାରିକା ଯେତେବେଳେ ଏକ ଖାଦ୍ୟ ପ୍ୟାକେଟ୍ ଆଣି ଦେଇଥିଲେ ସେତେବେଳେ ଏହି ପ୍ୟାକେଟ୍‌ରୁ ଏକ ଜୀଅନ୍ତା ମୂଷା ବାହାରିଥିଲା । ଏହାକୁ ନେଇ ବିମାନ ମଧ୍ୟରେ ଯାତ୍ରୀମାନେ ତୁମୁଳ କାଣ୍ଡ ଭିଆଇଥିଲେ । ଫଳରେ ବିମାନକୁ କୋପେନହାଗନରେ ଜରୁରୀକାଳୀନ ଅବତରଣ ମଧ୍ୟ କରିବାକୁ ପଡ଼ିଛି । ବୁଧବାର ସ୍କାଣ୍ଡେନାଭିଆନର ଏକ ବିମାନ ଓସଲୋରୁ ମାଲେଗା ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ତେବେ ଏହି ଘଟଣାକୁ ଏସ୍‌ଏଏସ୍ ବିମାନ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି । ଯେଉଁ ସଂସ୍ଥା ବିମାନକୁ ଖାଦ୍ୟ ଯୋଗାଇଥିଲା ତାକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଖାଦ୍ୟ ଯୋଗାଣ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking