30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶତାମିଲନାଡ଼ୁରେ ଦାଦନ ଶ୍ରମିକଙ୍କୁ ହତ୍ୟା

ତାମିଲନାଡ଼ୁରେ ଦାଦନ ଶ୍ରମିକଙ୍କୁ ହତ୍ୟା

ଗଞ୍ଜାମ:  ତାମିଲନାଡ଼ୁରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଅଧୀନ ତୁମ୍ବା ପଞ୍ଚାୟତ ବାଲିଗାଁର ଆଦିବାସୀ ଯୁବକ ଦଣ୍ଡପାଣି ଶବର ଙ୍କୁ ହତ୍ୟା କରାଯାଇଛି। ଦଣ୍ଡପାଣି ତାମିଲନାଡ଼ୁର କରୁର୍ ଜିଲ୍ଲା ଅମାନ୍ ଠାରେ ଥିବା ଏକ କ୍ରସର୍‌ରେ କାମ କରିବା ସହ ସେଠାରେ ନିଜ ସଂପର୍କୀୟଙ୍କ ସମେତ ୧୨ ଜଣଙ୍କ ସହ ମିଶି ରହୁଥିଲେ। ବାପାଙ୍କ ଗୋଡ଼ ଭାଙ୍ଗିଯାଇଥିବା ଖବର ଶୁଣି ଗତକାଲି ଦଣ୍ଡପାଣି ଗ୍ରାମକୁ ଆସିବାକୁ କିଛି ଆତ୍ମୀୟଙ୍କ ସହ ଅଟୋରେ ତେନେଲି ବସ୍‌ଷ୍ଟାଣ୍ଡକୁ ଆସିଥିଲେ।

ରାତି ପ୍ରାୟ ୧୦ଟା ବେଳେ ଦଣ୍ଡପାଣି ତାଙ୍କ ଶାଳକ ପାଣ୍ଡବ ଶବରଙ୍କୁ କଲ୍ କରି ତୁରନ୍ତ ୬ହଜାର ଟଙ୍କା ପଠାଇବାକୁ କହିଥିଲେ। ତେବେ ପାଖରେ ଟଙ୍କା ଥିବା ସତ୍ତ୍ବେ ଦଣ୍ଡପାଣି କାହିଁକି ଟଙ୍କା ମାଗୁଛନ୍ତି ପାଣ୍ଡବ ତାଙ୍କୁ ପଚାରିଥି‌ଲେ ହେଁ, ସେ କିଛି କହି ନଥିଲେ। ଫଳରେ ପାଣ୍ଡବ ତାଙ୍କୁ ଅନ୍‌ଲାଇନ୍ ଯୋଗେ ୫ହଜାର ଟଙ୍କା ପଠାଇଥିଲେ। ଏହାର କିଛି ସମୟ ପରେ ଦଣ୍ଡପାଣିଙ୍କ ମୋବାଇଲ୍‌ରୁ ଦୁଇଜଣ ଅଜଣା ଲୋକ ପାଣ୍ଡବଙ୍କୁ କଲ୍ କରି ପୁଣି ୫ହଜାର ଟଙ୍କା ମାଗିଥିଲେ। ପରବର୍ତ୍ତୀ ସମୟରେ ମୋବାଇଲ୍ ବନ୍ଦ ‌ହୋଇଯାଇଥିଲା।

କିଛି ସମୟ ପରେ ଇରୋଡ଼ ଷ୍ଟେସନ୍‌ରୁ ପ୍ରାୟ ଏକ କିଲୋମିଟର ଦୂର ଏକ ଅଳିଆଗଦାରୁ ଦଣ୍ଡପାଣିଙ୍କ କ୍ଷତାକ୍ତ ଶବ ମିଳିଥିଲା। ସେଠାକାର ପୁଲିସ ତୁରନ୍ତ ତାଙ୍କ ମୋବାଇଲରେ ଥିବା ଅନ୍ୟ ସାଙ୍ଗମାନଙ୍କ ନମ୍ବର ‌ଦେଖି ଫଟୋ ପଠାଇଥିଲା। ଦଣ୍ଡପାଣିଙ୍କ ଶବ ଚିହ୍ନଟ ହୋଇଥିବା ବେଳେ ପୁଲିସ ଜଣେ ମହିଳାକୁ ଅଟକ ରଖି ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking