ବିହାର : ବିହାରରେ ଘଟିଛି ଏକ ନିର୍ମମ ଘଟଣା । ସ୍ତ୍ରୀର ଶଙ୍ଖା, ସିନ୍ଦୂର ପାଲଟିଲା ତା’ର ଯମ । ଆଉ କେହି ନୁହେଁ ବରଂ ନିଜ ସ୍ବାମୀ ହିଁ ସ୍ତ୍ରୀର ନେଲା ଜୀବନ । ସେତିକି ନୁହେଁ ବରଂ ସ୍ତ୍ରୀର ଗଳା କାଟି ମାରିସାରିବା ପରେ ତାର ମୃତଦେହକୁ ଘରର ବାରଣ୍ଡାରେ ଗାତ ଖୋଳି ପୋତି ଦେଇଥିଲା ସ୍ବାମୀ । ସେହି ସ୍ଥାନରେ ଖଟ ମଧ୍ୟ ପକାଇଥିଲା । ନିଜ ଦୋଷକୁ ଲୁଚାଇବା ପାଇଁ ଗୁଜବ ପ୍ରଚାର ରିବା ଆରମ୍ଭ କରିଦେଇଥିଲା ସ୍ବାମୀ । ଏପରି ଘଟଣା ସମସ୍ତିପୁର ଜିଲ୍ଲାର ୱାରିନଗର ଥାନା ଅଞ୍ଚଳରେ ଥିବା ମୋହିଉଦ୍ଦିନପୁର ଗାଁରେ ଦେଖିବାକୁ ମିଳିଛି । ପାଞ୍ଚ ଦିନ ପୂର୍ବରୁ ସ୍ବାମୀ ଜଣକ ସ୍ତ୍ରୀକୁ ମାରିଥିଲା । ରବିବାର ଅଭିଯୁକ୍ତ ସ୍ବାମୀକୁ ପୋଲିସ ଗିରଫ କରି ନିଜ ହେପାଜତକୁ ନେଇଛି । ଅଭିଯୁକ୍ତ ସ୍ବାମୀ ତାଙ୍କ ଗାଁକୁ ଆସିଛି ବୋଲି ସୂଚନା ପାଇଲେ ଇନ୍ସପେକ୍ଟର । ପରେ ପୋଲିସ ଫୋର୍ସ ନେଇ ସେଠାରେ ପହଞ୍ଚି ହତ୍ୟାକାରୀକୁ ଗିରଫ କରିଥିଲେ । ପଚରାଉଚରା ପରେ ନିଜ ଦୋଷକୁ ସ୍ବୀକାର କରିଥିଲା ଅଭିଯୁକ୍ତ ସ୍ବାମୀ । ପାରିବାରିକ ବିବାଦକୁ ନେଇ ଏଭଳି କାଣ୍ଡ ଘଟାଇଥିବା କହିଛି ଅଭିଯୁକ୍ତ ସ୍ବାମୀ । ଉଭୟ ସ୍ବାମୀ-ସ୍ତ୍ରୀଙ୍କ ପରିଚୟକୁ ଚିହ୍ନଟ କରିଛି ପୋଲିସ ।










