35.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶସଂସଦରେ ଭୀଷଣ ଗର୍ଜିଲେ ପ୍ରିୟଙ୍କା

ସଂସଦରେ ଭୀଷଣ ଗର୍ଜିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସର ୱାଇନାଡ଼ ସାଂସଦ ପ୍ରିୟଙ୍କା ୱାଡ୍ରା କହିଛନ୍ତି ଆଜି ବିଜୟ ଦିବସ, ୧୯୭୧ ଯୁଦ୍ଧରେ ଯେଉଁ ବୀର ସୈନିକମାନେ ଆମ ଲାଗି ଲଢେଇ ଲଢିଥିଲେ ମୁଁ ସେମାନଙ୍କୁ ନମନ କରିବାକୁ ଚାହୁଁଛି। ବାଂଲାଦେଶରେ ଯାହାବି ହେଉଥିଲା ବାଂଲାଦେଶର ଲୋକେ, ଆମର ବଙ୍ଗାଳୀ ଭାଇ ଓ ଭଉଣୀଙ୍କ ଆର୍ତ୍ତଚିତ୍କାର କାହା କାନରେ ପଡୁନଥିଲା। ସେତେବେଳେ ଜନତା ନିଜ ନେତୃତ୍ୱ ସହିତ ଛିଡା ହୋଇଥିଲେ, ଇନ୍ଦିରା ଗାନ୍ଧି ତତ୍କାଳୀନ ପ୍ରଧାନମନ୍ତ୍ରୀ ଥିଲେ, ମୁଁ ତାଙ୍କୁ ନମନ କରିବାକୁ ଚାହୁଁଛି। ଇନ୍ଦିରାଜୀ କଠିନରୁ କଠିନ ପରିସ୍ଥିତିରେ ସାହାସ ଦେଖାଇଥିଲେ ଓ ଏପରି ନେତୃତ୍ୱ ଦେଇଥିଲେ ଯେଉଁଥିରେ ଦେଶ ବିଜୟୀ ହୋଇଥିଲା। ପ୍ରିୟଙ୍କା କହିଛନ୍ତି ଯେ ପ୍ରଥମ ପ୍ରସଙ୍ଗ ଯାହା ମୁଁ ଆଲୋଚନା କରିବାକୁ ଚାହୁଁଛି ତାହା ହେଉଛି ଏହି ସରକାର ବାଂଲାଦେଶରେ ହିନ୍ଦୁ ଓ ଇସାୟୀ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବିରୋଧରେ ଶ୍ୱର ଉତ୍ତୋଳନ କରନ୍ତୁ। ସେମାନଙ୍କ ସହ ଆଲୋଚନା କରନ୍ତୁ ଓ ସେମାନଙ୍କ ସମର୍ଥନ ହାସଲ କରନ୍ତୁ। ସେ କହିଥିଲେ ଯେ ମୋ ଆଲୋଚନାର ଦ୍ୱିତୀୟ ପ୍ରସଙ୍ଗଟି ହେଉଛି ଆଜି ସେନା ମୁଖ୍ୟାଳୟରୁ ଗୋଟିଏ ଫଟୋ ଚିତ୍ରକୁ କାଢି ଦିଆଯାଇଛି। ଏହି ଫଟୋଟି ଭାରତୀୟ ସେନା ଆଗରେ ପାକିସ୍ତାନୀ ସେନାର ଆତ୍ମସମର୍ପଣ ଫଟୋ ଚିତ୍ର ଅଟେ। ଏହାକୁ କାହିଁକି ସେଠାରୁ ହଟାଗଲା? ସଂସଦ ବାହାରେ ସାମ୍ବାଦିକଙ୍କ ସହ ଆଲୋଚନାରେ ପ୍ରିୟଙ୍କା କହିଛନ୍ତି ଯେ ମୁଁ ସଦନରେ ଦୁଇଟି ପ୍ରସଙ୍ଗ ଉଠାଇଛି। ସର୍ବ ପ୍ରଥମେ ବିଜୟ ଦିବସ ସ୍ମୃତିରେ ଯେତେ ସେନା ସହିଦ ହୋଇଥିଲେ ସେମାନଙ୍କୁ ନମନ କରିଥିଲି ଓ ଇନ୍ଦିରାଜୀ ଯାହାଙ୍କ ନେତୃତ୍ୱରେ ଆମେ ଏହି ଲଢେଇ ଲଢିଥିଲେ ତାଙ୍କୁ ନମନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking